www.samajalive.in
Thursday, December 11, 2025
18.1 C
Bhubaneswar

କୁଳମଣି ସ୍ମାରକୀ ସ୍କୁଲ୍‍ ଚେସ୍‍: ସାର୍ଥକ ଚମ୍ପିଆନ

କଟକ: ଏସ୍‍ଆର ଚେସ୍‍ ସେଣ୍ଟର ଆନୁକୂଲ୍ୟରେ ପୂର୍ବତଟ ରେଳବାଇ ଇନ୍‍ଷ୍ଟିଚ୍ୟୁଟ୍‍ରେ ଚାଲିଥିବା କୁଳମଣି ତ୍ରିପାଠୀ ସ୍ମାରକୀ ଚେସ୍‍ ପ୍ରତିଯୋଗିତା ସୋମବାର ଉଦ୍‍ଯାପିତ ହୋଇଯାଇଛି। ଓପନ୍‍ ବର୍ଗରେ ରାଉରକେଲାର ଡିପିଏସ୍‍ ସ୍କୁଲ୍‍ର ସାର୍ଥକ ଦେବତା ୮ ରାଉଣ୍ଡରୁ ୮ ପଏଣ୍ଟ ପାଇ ଚମ୍ପିଆନ ହୋଇଥିବା ବେଳେ ପ୍ରଶାନ୍ତି ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ଜଗଦୀଶ ବାରିକ ଦ୍ୱିତୀୟ, ଭୁବନେଶ୍ୱର ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍‍ର କୌସ୍ତୁଭ ଦାଶ ତୃତୀୟ, ସରସ୍ୱତୀ ବିଦ୍ୟାମନ୍ଦିରର ରୁଦ୍ର ନାରାୟଣ ୪ର୍ଥ ଓ ପ୍ରକୃତି ରାଉତ ୫ମ ସ୍ଥାନରେ ରହିଥିଲେ।
ଓଡ଼ିଶା ଚେସ୍‍ ସଂଘ ଓ କଟକ ଜିଲା ଚେସ୍‍ ସଂଘ ସ୍ୱୀକୃତିପ୍ରାପ୍ତ ଏହି ପ୍ରତିଯୋଗିତାରେ ପ୍ରାୟ ୧୬ଟି ଜିଲାର ୬୦ଟି ସ୍କୁଲ୍‍ରୁ ୪୨ଜଣ ଅନ୍ତର୍ଜାତୀୟ ରେଟେଡ୍‍ ଖେଳାଳି ଭାଗ ନେଇଛନ୍ତି। ୬୮ ବାଳିକା ଓ ୨୦୮ ବାଳକ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର ୫ ବର୍ଷରୁ କମ୍‍ ବିଭାଗରେ ଆଦିମାନନ୍‍ ନାୟକ, ୬ ବର୍ଷରୁ କମ୍‍ ବିଭାଗରେ ସ୍ୱସ୍ତିକ ଶୁଭମ୍‍ ପଟ୍ଟନାୟକ, ୭ ବର୍ଷରୁ କମ୍‍ ବିଭାଗରେ ଆୟୁଷ୍ମାନ ମହାନ୍ତି, ୮ ବର୍ଷରୁ କମ୍‍ ବିଭାଗରେ ଶ୍ରିୟାଂଶ ଦେ, ୯ ବର୍ଷରୁ କମ୍‍ ବିଭାଗରେ ବିକାଶ କୁମାର ଲେଙ୍କା, ୧୦ ବର୍ଷରୁ କମ୍‍ ବିଭାଗରେ ସ୍ଥିତପ୍ରଜ୍ଞା ସାହୁ, ୧୧ ବର୍ଷରୁ କମ୍‍ ବିଭାଗରେ ଓମ୍‍କାର ଆନନ୍ଦ ମିଶ୍ର, ୧୨ ବର୍ଷରୁ କମ୍‍ ବିଭାଗରେ ପ୍ରତ୍ୟୁଷ ମହାପାତ୍ର, ୧୩ ବର୍ଷରୁ କମ୍‍ ବିଭାଗରେ ଆର୍ଯ୍ୟନ୍‍ ଅର୍ଣ୍ଣବ ସାମନ୍ତରାୟ ପ୍ରଥମ ସ୍ଥାନରେ ରହିଥିଲେ। ରେଳବାଇର ଶ୍ରେଷ୍ଠ ଖେଳାଳି ଭାବେ ଆୟୁଷି ମହାନ୍ତି, ବ୍ରାଇଟ୍‍ ଫ୍ୟୁଚର୍‍ ପ୍ଲେ ସ୍କୁଲର ଶ୍ରେଷ୍ଠ ଖେଳାଳି ଭାବେ ରାଜ ଆର୍ଯ୍ୟନ୍‍ ମଲ୍ଲିକ, ଆଚିଲେଜ୍‍ ପବ୍ଲିକ୍‍ ସ୍କୁଲ୍‍ର ଶ୍ରେଷ୍ଠ ଖେଳାଳି ଭାବେ ସିମରନ୍‍ ରାୟ ବିବେଚିତ ହୋଇଥିଲେ। ଦଳଗତ ଭାବେ ସାଇ ଇଣ୍ଟରନ୍ୟାସନାଲ୍‍, ସିଡିଏସ୍ଥିତ ଡିଏଭି ଓ କଟକର ସେଣ୍ଟ ଜାଭିୟର୍ସ ସ୍କୁଲ ଯଥାକ୍ରମେ ୧ମରୁ ୩ୟ ସ୍ଥାନ ହାସଲ କରିଥିଲେ।
ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ମେଘନା ମିଶ୍ର ଯୋଗ ଦେଇଥିବା ବେଳେ ଏସ୍‍ଆର ଚେସ୍‍ ସେଣ୍ଟର ନିର୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ, ରାଜା ନାରାୟଣ ତ୍ରିପାଠୀ, ରଂଜନ ମହାନ୍ତି, ଡକ୍ଟର ଦେବସ୍ମିତା ପାଣିଗ୍ରାହୀ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀଲଙ୍କାରେ ପଦକ ଜିତିଥିବା ଆରୁଷି ଶ୍ରୀଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏସ୍‍କେ ବିଷୋୟୀ ଧନ୍ୟବାଦ ଦେଇଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories