ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ

0

ଜମ୍ମୁ: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀ ଲସ୍କର ଇ ତୋଇବା ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ସହିତ ଗୁଳି ବିନିମୟ ଜାରି ରହିଛି।
ପୁଲିସ ସୂଚନା ଅନୁଯାୟୀ, କେତେକ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ସକାଳୁ ଲାଲ୍‍ ଚୌକ୍‍ରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‍ ଆରମ୍ଭ ହୋଇଥିଲା। ହଠାତ୍‍ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବ୍‍ରେ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। ଏଥିରେ ଦୁଇ ଆତଙ୍କବାଦୀଙ୍କ ନିହତ ହୋଇଥିଲେ।
ଆଜି ଭାରତ-ପାକ୍‍ ନିୟନ୍ତ୍ରଣ ରେଖା ନିକଟ କୁପ୍‍ୱାରା ଜିଲା କେରନ୍‍ ସେକ୍ଟର ନିକଟରେ ମଧ୍ୟ ଆତଙ୍କବାଦୀ-ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଥିବା ସୂଚନା ମିଳିଛି।

Leave A Reply