www.samajalive.in
Friday, December 12, 2025
15.1 C
Bhubaneswar

ସୁପ୍ରିମକୋର୍ଟରେ ଜଗନ୍ନାଥ ମନ୍ଦିର ମାମଲା: ପାଞ୍ଚ ଜଣିଆ ବିଚାରପତି କମିଟି ଦ୍ୱାରା ତଦନ୍ତ ଆବେଦନ 

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ମାମଲରେ ସମସ୍ତ ଘଟଣାକ୍ରମକୁ ସୁପ୍ରିମକୋର୍ଟର ପାଞ୍ଚଜଣିଆ ବିଚାରପତି କମିଟି ଦ୍ୱାରା ତଦନ୍ତ କରିବାକୁ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟାର୍ସ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି। ପାଞ୍ଚ ଜଣିଆ ଖଣ୍ଡପୀଠ ଘଟଣାକ୍ରମର ତଦନ୍ତ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଏକ ମାସ ମଧ୍ୟରେ ରିପୋର୍ଟ କରିବା ପାଇଁ ନିର୍ଦେଶ ଦେବାକୁ ପିଟିସନରେ ପ୍ରାର୍ଥନା କରାଯାଇଛି।
ଆସୋସିଏସନର ଅଧ୍ୟକ୍ଷ ତଥା ଆଡଭୋକେଟ ଦେବାଶିଷ ମିଶ୍ର ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଘଟିଛି। ଚଳିତ ମାସ ୩ରେ ପୁରୀ ସହରରେ ଘଟିଥିବା ହିଂସା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କରାଯିବା ସହ ଶ୍ରୀମନ୍ଦିର ସଂସ୍କାର ପାଇଁ ପୁରୀ ଜିଲା ଦୌରା ଜଜଙ୍କ ସୁପାରିସକୁ ଅସାମ୍ବିଧାନିକ ଦର୍ଶାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ଗତ ଜୁଲାଇ ୫ର ନିର୍ଦେଶନାମା ସଂବିଧାନର ଧାରା ୨୧ ଓ ୨୫କୁ ଉଲ୍ଲଙ୍ଘନ କରୁଛି ବୋଲି ଆବେଦନରେ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories