www.samajalive.in
Saturday, December 6, 2025
16.1 C
Bhubaneswar

ସିବିଆଇ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ:ବିଜେପି

ଭୁବନେଶ୍ୱର:ଚିଟଫଣ୍ଡର ମୁଖ୍ୟ ନାୟକ ମୁଖ୍ୟମନ୍ତ୍ରୀ ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହିତ ସରୋଜ ସାହୁଙ୍କ କି ସମ୍ପର୍କ ରହିଛି ତାହା ସ୍ପଷ୍ଟ କରନ୍ତୁ। ପୂର୍ବରୁ ସିବିଆଇ ସରୋଜକୁ ଜେରା କରିଛି, ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି କି ଚିଟଫଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ଅନେକ ନେତାଙ୍କ ସଂପୃକ୍ତି ରହିଛି। ଜବାବ ମାଗୁଛି ଓଡିଶାରେ ରାଜ୍ୟର ଜନସାଧାରଣ ଜାଣିବା ପାଇଁ ଚାହୁଁଛନ୍ତି କି, ଏ ସରୋଜ ସାହୁ କିଏ ? ଏବେ କିଛି ଗଣମାଧ୍ୟମରୁ ଖବର ଆସୁଛି କି ଚିଟଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି। ଏହା ସତ୍ୟ କି ନାହିଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍ତି।
ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ପ୍ରସଙ୍ଗର କୌଣସି ଭିତ୍ତିଭୂମି ନାହିଁ। ଏଥିରୁ ନିର୍ବୋଧତାର ପରିଚୟ ମିଳୁଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ନେଇ ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ସିବିଆଇ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅତ୍ୟନ୍ତ ଅଶାଳୀନ ଏବଂ ଅସୌଜନ୍ୟ। ମୁଖ୍ୟମନ୍ତ୍ରୀ ସତ କଥାକୁ ଗ୍ରହଣ କରିପାରୁ ନାହାନ୍ତି। ମମତାଙ୍କ ସହ ଥିବା ଭିତିରି ସଂପର୍କକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଥ୍ୟା ପ୍ରୟାସ କରୁଛନ୍ତି। ଗତକାଲି ସଂସଦରେ ଟିଏସି ସାଂସଦ ବକ୍ତବ୍ୟ ରଖିବା ପରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୁହରି ମହତାବ ଯେଉଁ ମନ୍ତବ୍ୟ ରଖିଲେ ତାହା ସମସ୍ତେ ଜାଣିଛନ୍ତି। ୨୦୧୭ ଏପ୍ରିଲ ୨୦ତାରିଖରେ ଭୁବନେଶ୍ୱରେ ମମତା ବାନାର୍ଜି ରାଜ୍ୟ ଅତିଥୀ ସାଜି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ କି ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ଓଡିଶାରେ ବନ୍ଦୀ ଭାବରେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ରହିଥିବାବେଳେ ମମତା ବାନାର୍ଜି ତାଙ୍କୁ ଭେଟିବାର ବାହାନାରେ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories