www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀଜଗନ୍ନାଥ ବ୍ୟାଖ୍ୟାନମାଳା ପାଇଁ ୫କୋଟି

ପୁରୀ: ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଶ୍ରୀଜଗନ୍ନାଥ ବ୍ୟାଖ୍ୟାନମାଳା। ସେଥିରେ ଶ୍ରୀମନ୍ଦିର ନିର୍ମାଣ ଇତିହାସ ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥଙ୍କ ବେଶ, ସ୍ବତନ୍ତ୍ର ପର୍ବପର୍ବାଣୀ, ରଥଯାତ୍ରା, ଯାଗାଆଖଡା ସଂସ୍କୃତି ଏବଂ ଗଜପତି ମହାରାଜାଙ୍କ ଛେରାପହଁରା ଦୃଶ୍ୟ ସ୍ଥାନ ପାଇବ। ଏଥିପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ରକୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରାଯିବ। ଏହାର ବିକାଶ ପାଇଁ ଦିଲ୍ଲୀର ସିଦ୍ଧାର୍ଥ ଦାସ ଷ୍ଟୁଡିଓକୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି। ବ୍ୟାଖ୍ୟାନ କେନ୍ଦ୍ର ଏକ ସଂଗ୍ରହାଳୟ ଭାବେ କାର୍ଯ୍ୟ କରିବ। ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନଥିବା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଙ୍କ ସମେତ ଅନ୍ୟମାନେ ସେଠାରୁ ଶ୍ରୀଜୀଉଙ୍କ ବେଶ ଏବଂ ଦୈନନ୍ଦିନ ସେବାପୂଜା ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ। ଏହାଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଚେତନା ଅଧିକ ଲୋକାଭିମୁଖୀ ହୋଇପାରିବ ବୋଲି ଗଜପତି ମହାରାଜା ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଆଇକନିକ୍‌ ସିଟି ଯୋଜନାରେ ନାଲକୋ ପକ୍ଷରୁ ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରାଯାଇଛି। ଏହି ପ୍ରାଚୀନ ସଂଗ୍ରହାଳୟର କଳେବର ବୃଦ୍ଧି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଡଃ ସୁବାସ ପାଣି, ଜିଲାପାଳ ଜ୍ୟୋତି ପ୍ରକାଶ ଦାସ, କିସ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ବରିଷ୍ଠ ସେବକ ରବୀନ୍ଦ୍ରନାଥ ପ୍ରତିହାରୀ, ଶିକ୍ଷାବିତ ନରେଶ ଚନ୍ଦ୍ର ଦାଶ, ଓଟିଡିସି କାର୍ଯ୍ୟନିର୍ବାହୀଯନ୍ତ୍ରୀ ଟି.କେ ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories