www.samajalive.in
Friday, December 12, 2025
15.1 C
Bhubaneswar

ସମୁଦ୍ର ମଝିରେ ଟ୍ରଲର ଅଚଳ; ବର୍ତ୍ତିଲେ ୭ ମତ୍ସ୍ୟଜୀବୀ

ଅସ୍ତରଙ୍ଗ: ଅସ୍ତରଙ୍ଗ ସାମୁଦ୍ରିକ ଜଳସୀମା ଅଧୀନ ଗଭୀର ସମୁଦ୍ରରେ ପାରାଦ୍ୱୀପର ମା’ ଗଉରୀଦେବୀ ନାମକ ଏକ ମାଛଧରା ଟ୍ରଲରର ଇଞ୍ଜିନ୍‍ ଅଚଳ ହୋଇପଡ଼ିଥିଲା। ସମୁଦ୍ର ଢେଉ ମାଡ଼ରେ ଟ୍ରଲରଟିର ନିମ୍ନଭାଗ ଫାଟିଯିବା ଫଳରେ ପାଣି ପଶି ଏହା ବୁଡ଼ିବାକୁ ଲାଗିଥିଲା। ଆଖ ପାଖରେ ମାଛ ଧରୁଥିବା ଅନ୍ୟ ଦୁଇଟି ଟ୍ରଲର ଅଚଳ ଟ୍ରଲରଟିକୁ ଉଦ୍ଧାର କରିବା ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ସମୁଦ୍ରର ଢେଉ ମାଡ଼ରେ ସୌଭାଗ୍ୟବଶତଃ ଟ୍ରଲରଟି ଧୀରେ ଧୀରେ ଆସି ଅସ୍ତରଙ୍ଗ ଦେବୀ ମୁହାଣ ସନ୍ନିକଟ ବାଲିବନ୍ତରେ ଲାଗିଥିଲା। ସେଥିରେ ଥିବା ୭ ଜଣ ମତ୍ସ୍ୟଜୀବୀ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର ହୋଇଥିଲେ। ୭ ଦିନ ତଳେ ଏହି ଟ୍ରଲରଟି ପାରାଦ୍ୱୀପରୁ ମାଛ ମାରିବା ପାଇଁ ବାହାରି ଅସ୍ତରଙ୍ଗ ଏବଂ ଚନ୍ଦ୍ରଭାଗା ଜଳସୀମା ମଧ୍ୟରେ ମାଛ ଧରି ପାରାଦ୍ୱୀପକୁ ଫେରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀମାନେ ଅସ୍ତରଙ୍ଗର ମାଛଧରା ଟ୍ରଲର ସହଯୋଗରେ ନୂଆଗଡ଼ ମାଛଧରା ବନ୍ଦରକୁ ଆସିଥିଲେ। ସେଠାରୁ ସେମାନେ ସୁରକ୍ଷିତ ଭାବେ ପାରାଦ୍ୱୀପ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories