ବାଲେଶ୍ୱର: ବାରିକିପୁର ନିକଟରେ ଇଣ୍ଡିଗୋ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳ ୯.୪୦ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଅନାମ ବେହେରା ନାମକ ଯୁବକର ମୃତ୍ୟୁ ହୋଇଥିବା ବେଳେ ଉଜ୍ଜଳ ଗିରୀ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଆହତ ଉଜ୍ଜଳ ଗିରୀ ସୋର ୟୁଏନ କଲେଜର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଥିଲେ।
Popular Categories



