www.samajalive.in
Thursday, December 11, 2025
18.1 C
Bhubaneswar

ପୁଣି ସେନା ଉପରେ ଆକ୍ରମଣ: ୨ଜବାନ ସହିଦ

ଶ୍ରୀନଗର: ଜମ୍ମୁ- କାଶ୍ମୀରର ଅନନ୍ତନାଗଠାରେ ଶୁକ୍ରବାର ସିଆରପିଏଫର ଏକ ଦଳ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇ ଥିଲା। ଆତଙ୍କବାଦୀଙ୍କ ଗୁଳି ବର୍ଷଣରେ ଦୁଇ ସିଆରପିଏଫ ଜବାନ ଆହତ ହୋଇଥିବାବେଳେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଗୁରୁବାର ସ୍ଥାନୀୟ କୁପବାଡ଼ାଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀଙ୍କୁ ମାରି ଦେଇଥିଲେ। ଚଳିତ ବର୍ଷ କାଶ୍ମୀରରେ ଅଦ୍ୟାବଧି ୮୨ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। କେବଳ ଏପ୍ରିଲ ମାସରେ ୨୫ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। ଫଳରେ କାଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ଜାରି ରଖିବାକୁ ସେନାକୁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆତଙ୍କବାଦୀ ସ୍ଥାନୀୟ ଯୁବକ ହୋଇଥିବାରୁ ସେମାନଙ୍କୁ ଅଞ୍ଚଳବାସୀ ସମର୍ଥନ କରୁଥିବା ମଧ୍ୟ ପରିଲକ୍ଷିତ ହେଉଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories