ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୩କାଶ୍ମୀର ନାଗରିକ ମୃତ

0

ବାରାମୁଲା: ପାକିସ୍ତାନ ପକ୍ଷରୁ ସୀମାନ୍ତରେ ପ୍ରବେଶ କରିବା ଓ ସେଠାରେ ଆତଙ୍କ ସୃଷ୍ଟି କରିବାକୁ ବ୍ୟାପକ ଚେଷ୍ଟା ବଳବତ୍ତର ରହିଛି। ଏଭଳି କାର୍ଯ୍ୟରେ ସେନାକୁ ଦ୍ୱନ୍ଦ୍ୱରେ ପକାଇବାକୁ ପାକିସ୍ତାନ ପଟୁ ତୁହାକୁ ତୁହା ଗୁଳି ଚାଲଣା ମଧ୍ୟ କରାଯାଉଛି। ସୋମବାର ବାଲାମୁଲା ଜିଲାର ଓଲ୍ଡ ଟାଉନ ଅଞ୍ଚଳରେ ଲସ୍କରେ ତୋଇବାର ୩ଜଣ ଆତଙ୍କବାଦୀ କାଶ୍ମୀର ୩ ନାଗରୀକଙ୍କୁ ଗୁଳି ମାରିଛନ୍ତି। ପୁଲିସର ପ୍ରାରମ୍ଭିକ ତଦନ୍ତରେ ଏଭଳି ଘଟଣା ପ୍ରଚ୍ଛଦରେ ଲସ୍କରେ ତୋଇବା ଆତଙ୍କବାଦୀ ସଂଗଠନର ହାତ ରହିଥିବାବେଳେ ଏଥିରେ ୨ଜଣ ଆତଙ୍କବାଦୀ କାଶ୍ମୀର ନିବାସୀ ହୋଇଥିବାବେଳେ ଜଣେ ପାକ୍‍ ନାଗରିକ ରହିଛି। ଏହି ଆକ୍ରମଣରେ ମୃତ ବ୍ୟକ୍ତିମାନେ ହେଲେ ଆଫିସ ଅହମଦ ଶେଖ୍‍, ହସୀମ ଅହମଦ ଖାନ୍‍ ଓ ମହମ୍ମଦ ଅସଗର ଅଟନ୍ତି। ମୃତକମାନେ ବାରାମୁଲା ଜିଲାର କାକର ଅଞ୍ଚଳ ନିବାସୀ ଅଟନ୍ତି।

Leave A Reply