www.samajalive.in
Saturday, December 6, 2025
26.1 C
Bhubaneswar

ରୋଜଗାର ସୃଷ୍ଟିରେ ମୋଦୀ ସରକାର ବିଫଳ: ଏନ୍‍ଏସ୍‍ଏସ୍‍ଓ ରିପୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାର ରୋଜଗାର ସୃଷ୍ଟି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ନିଶାଣରେ ଅଛି। କ୍ଷମତାକୁ ଆସିବା ପୂର୍ବରୁ ବିଜେପି ପ୍ରତିବର୍ଷ ଯୁବବର୍ଗଙ୍କୁ କୋଟିଏ ରୋଜଗାର ଦେବ ବୋଲି ଘୋଷଣା କରିଥିଲା। କିନ୍ତୁ କ୍ଷମତାକୁ ଆସିବା ପରଠାରୁ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ରହିଛି। ଏବେ ନ୍ୟାସନାଲ ସାମ୍ପୁଲ ସର୍ଭେ ଅଫିସ୍‍ (ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ) ପକ୍ଷରୁ ବିଶେଷ ସୂତ୍ରରୁ ପ୍ରକାଶିତ ରିପୋର୍ଟ ମୋଦୀ ସରକାରର ବିଫଳତାକୁ ପଦାରେ ପକାଇଛି। ବିଶେଷ ସୂତ୍ରରୁ ଆସିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ ପୁରୁଷ ରୋଜଗାରିଆଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୭-୧୮ ଏନ୍‍ଏସ୍‍ଏସ୍‍ଓ ଦ୍ୱାରା ପ୍ରକାଶିତ ପିଏଲଏଫଏସ୍‍ ଅନୁସାରେ ୧୯୯୩-୯୪ ପରେ ୨୦୧୭-୧୮ରେ ପୁରୁଷ ରୋଜଗାର ସଂଖ୍ୟା ୨୮.୬ କୋଟି ହ୍ରାସ ପାଇଛି। ୧୯୯୩-୯୪ରେ ଏହି ସଂଖ୍ୟା ୨୧.୯ କୋଟି ଥିଲା। ସେହିପରି ୨୦୧୧-୧୨ରେ ଏହି ସଂଖ୍ୟା ୩୦..୪ କୋଟି ଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ଗତ ୫ ବର୍ଷ ମଧ୍ୟରେ ଦେଶରେ ବହୁ କମ ପରିମାଣର ନିଯୁକ୍ତି ସୃଷ୍ଟି ହୋଇଛି।
ପ୍ରକାଶଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇନାହିଁ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ରିପୋର୍ଟକୁ ଅଟକାଇ ରଖିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories