www.samajalive.in
Thursday, December 11, 2025
16.1 C
Bhubaneswar

ମୋଦିଙ୍କ ମୁମ୍ବଇ ଗସ୍ତକୁ ଶିବ ସେନାର ବିରୋଧ

ମୁମ୍ବଇ : ମହାରାଷ୍ଟ୍ରର ନଭି ମୁମ୍ବଇରେ ଏକ ବିମାନ ବନ୍ଦରର ଭୂମି ପୂଜନ ଉତ୍ସବକୁ ନେଇ ବିଜେପି ଓ ଶିବ ସେନା ମଧ୍ୟରେ ଥିବା ବିବାଦ ପୁଣି ଥରେ ପଦାକୁ ଆସିଛି ।  ରବିବାର ଏହି ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାକୁ ଆସିଥିବାବେଳେ ଶିବ ସେନା କର୍ମୀ କଳା ପତାକା ​‌ଦଖାଇ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ । ‌ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ନେଇଥିଲେ । ପୁଲିସ୍‌ ଏ ସୂଚନା ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଥିଲା । ବିଭିନ୍ନ ସ୍ଥାନରୁ ବାଛି ବାଛି ଶିବ ସେନା କର୍ମୀଙ୍କୁ ଗିରଫ କରିଥିଲା । ଭୂମି ପୂଜନ ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ସରକାରଙ୍କ ମାଗନେଟିକ୍‌ ମହାରାଷ୍ଟ୍ର କନଭରଜେନ୍ସ-୨୦୧୮ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଉତ୍ସବରେ ଶିବ ସେନା କର୍ମୀ ପହଞ୍ଚି କଳା ପତାକା ପ୍ରଦର୍ଶନ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଭୂମି ପୂଜନ ଉତ୍ସବରେ ଶିବସେନାର ସ୍ଥାନୀୟ ନେତା ଓ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଶିବ ସେନା ପକ୍ଷରୁ ଏହାକୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଶିବସେନାକୁ ଅବହେଳା କରିବା ଠିକ୍  ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁମ୍ବଇ ଗସ୍ତକୁ ବିରୋଧ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories