ଅଗ୍ନିକାଣ୍ଡରେ ୩୦ ପରିବାର ସର୍ବସ୍ବାନ୍ତ, ଜଳିଗଲା ୭୦ ବଖରା ଘର

0

ଅନୁଗୁଳ: ଅନୁଗୁଳ ଜିଲା କରତପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୦ ପରିବାରର ସର୍ବସ୍ବାନ୍ତ ହୋଇଥିବା ଜଣାପଡିଛି । ନିଆଁର ଆଁର ୭୦ ବଖରା ଘର ଜଳି ପୋଡି ଛାରଖାର ହୋଇଯାଇଛି । ପ୍ରଥମେ ଗୋଟିଏ ଘରୁ ନିଆଁ ଲାଗି ଚାହୁଁଚାହୁଁ ଅନ୍ୟ ଘରଗୁଡିକୁ ଆଖିପିଛୁଳାକେ ବ୍ୟାପି ଯାଇଥିଲା।  ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ଜାରି ରହିଛି । ତେବେ ଏଯାବତ୍ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ ।

Leave A Reply