www.samajalive.in
Monday, December 8, 2025
20.1 C
Bhubaneswar

ଋଣି ଚାଷୀ କୋର୍ଟରେ ସୁଧ ହାର କମ୍‌ କରିବାକୁ ଆବେଦନ କରିପାରିବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଋଣ ବୋଝ ଯୋଗୁ ଚାଷୀ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ବଢିି ଚାଲିଥିବା ବେଳେ ଚାଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୈବଦୁର୍ବିପାକ ତଥା ଫସଲ ହାନି ଯୋଗୁ ଋଣ ଶୁଝି ପାରୁ ନ ଥିବା ଚାଷୀ ଏଣିକି କୃଷି ଋଣ ବାବଦ ସୁଧ ହାର କମ୍‌ କରିବାକୁ ଅଦାଲତରେ ଆବେଦନ କରିପାରିବେ। ବିଶେଷକରି ଯେଉଁ ରାଜ୍ୟ ସରକାର କୃଷକମାନଙ୍କ ସୁରକ୍ଷା ଲାଗି ରାଜ୍ୟରେ ‘ରାଜ୍ୟ ଋଣ ଛାଡ ଆଇନ’ ଲାଗୁ କରିଥିବେ ସେଠାକାର ଚାଷୀ ଫସଲ ହାନୀ କ୍ଷେତ୍ରରେ କୃଷି ଋଣ ବାବଦ ସୁଧ ହାର ସମୀକ୍ଷା ନେଇ କୋର୍ଟଙ୍କ ସହାୟତା ନେଇ ପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ‘ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ’ରେ ବିଚାର ବିଭାଗ କିମ୍ବା ରାଜ୍ୟ ସରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କେନ୍ଦ୍ର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଶୁଣାଣି ବେଳେ ଯୁକ୍ତି ବଢାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ବିଚାରପତି ଆର୍‌.ଏଫ୍‌. ନରିମନ୍‌ ଏବଂ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ‘ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ’ ଅନୁଯାୟୀ ବ୍ୟାଙ୍କ ଏବଂ ଏହାର ଗ୍ରାହକଙ୍କ ମଧ୍ୟରେ କାରବାର ସମ୍ବନ୍ଧୀୟ ସର୍ତ୍ତଗୁଡିକୁ ଅଦାଲତ ପୁନଃ ଅନୁଧ୍ୟାନ କରିବ ପାରିବେ ନାହିଁ । କିନ୍ତୁ ଜମି ଉନ୍ନୟନ ଏବଂ କୃଷି ଋଣ ସମ୍ବନ୍ଧରେ ଆଇନ ପ୍ରଣୟନ କରିବା ନେଇ ରାଜ୍ୟ ସରକାରଗୁଡିକ ନିକଟରେ ବିଶେଷ କ୍ଷମତା ରହିଥିବାରୁ ‘ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ ଧାରା ୨୧ଏ’ ସେଠାରେ ଲାଗୁ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କହିଛନ୍ତି। ଜଣେ ସମାଜିକ କର୍ମୀଙ୍କ ଦ୍ୱାରା କରାଯାଇଥିବା ପାଞ୍ଚ ବର୍ଷ ପୁରୁଣା ଏକ ଆବେଦନ ଉପରେ ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଉପରୋକ୍ତ ଆଇନର ‘ଧାରା ୨୧ଏ’ ଅଧୀନରେ ଅତ୍ୟଧିକ ସୁଧହାରରେ ଦିଆଯାଇଥିବା କୃଷି ଋଣ ନେଇ କୃଷକଙ୍କୁ ସୁରକ୍ଷା ଦିଆଯାଉ ନ ଥିବାରୁ ଗ୍ରାମାଞ୍ଚଳରେ ଚାଷୀ ଋଣବୋଝରେ ବୁଡି ଯାଉଛନ୍ତି। ଏହି କାରଣରୁ ୧୯୯୫ରୁ ୨୦୧୦ ମଧ୍ୟରେ ୨.୫ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି ବୋଲି ସମ୍ପୃକ୍ତ ସାମାଜିକ କର୍ମୀ ନିଜ ଆବେଦନରେ ଦର୍ଶାଇଥିଲେ। ୧୯୮୪ ଫେବୃୟାରୀ ୧୫ରେ ‘ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ’ରେ ସଂଶୋଧନ କରାଯାଇ ସେଥିରେ ‘ଧାରା ୨୧ଏ’କୁ ସାମିଲ କରାଯାଇଥିଲା। ଏହି ଧାରା ଲାଗୁ ହେବା ପୂର୍ବରୁ ‘ଅତ୍ୟଧିକ ସୁଧ ଋଣ ଆଇନ-୧୯୧୮’ ଅଧୀନରେ ଋଣ ଶୁଝି ନ ପାରୁଥିବା କୃଷକଙ୍କୁ କୋର୍ଟରେ ଆବେଦନ କରିବାର ଅନୁମତି ଥିଲା। ଯେକୌଣସି ରାଜ୍ୟର ଆଇନ ଅଧିନରେ ଋଣ ବୋଝରେ ବୁଡି ରହିଥିବା ଚାଷୀଙ୍କୁ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରାଯାଉଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories