www.samajalive.in
Monday, December 8, 2025
20.1 C
Bhubaneswar

ଶାଶୂ ଦେହରେ କିରୋସିନି ଢାଳି ନିଆଁ ଲଗାଇଲା ବୋହୂ, ପରିବାରର ୪ ଗୁରୁତର

କଟକ: କୁହାଯାଏ ଶାଶୁ ବୋହୂ ଝଗଡାରେ ବଳି ପଡେ ପୁଅ । ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିବା ଭଳି ଏକ ଘଟଣା ଘଟିଯାଇଛି ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି । ଶାଶୂଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛି ବୋହୂ । ମାଙ୍କୁ ବଞ୍ଚେଇବାକୁ ଯାଇ ପୁଅ ଏବଂ ନାତୁଣୀ ଗୁରୁତର ହୋଇଛନ୍ତି ।  ଶାଶୂ ବୋହୂ ଝଗଡାର ଏଭଳି ଏକ କରୁଣ ପରିଣତି ଢେଙ୍କାନାଳ ଜିଲା ଲକ୍ଷ୍ମୀବଜାର ମଲାସାହି ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଆଠଗଡ ରତପାଟର ସ୍ଥାୟୀ ବାସିନ୍ଦା ପବିତ୍ର ବାରିକ ଢେଙ୍କାନାଳ ଜିଲା ଲକ୍ଷ୍ମୀବଜାର ମଲାସାହିର ଏକ ଭଡା ଘରେ ପବିତ୍ର ନିଜ ପରିବାର ସହ ରହୁଥିଲେ । ପବିତ୍ରଙ୍କ ସ୍ତ୍ରୀ ରୋଜାଲିନୀ ଓ ତାଙ୍କ ମା ସରସ୍ୱତୀ(୪୮) ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ରୋଜାଲିନୀ ଶାଶୂଙ୍କ ଦେହରେ କିରୋସିନି ଢାଳି ଦିଆଶିଲି ମାରି ନିଆଁ ଲଗାଇ ଦେଇଥିଲେ । ମାଙ୍କ ଉଦ୍ଧାର କରିବାକୁ ଯାଇ ପବିତ୍ର ନିଆଁରେ ଆହତ ହୋଇଥିବା ବେଳେ ତାଙ୍କର ୧୦ ମାସର ଝିଅ ଲକ୍ଷ୍ମୀପ୍ରିୟା ଗୁରୁତର ହୋଇଛନ୍ତି। ନିଆଁରେ ଶାଶୂ ସରସ୍ବତୀଙ୍କ ଶରୀରର ୮୦ ଭାଗ ଜଳି ଯାଇଥିବା ବେଳେ ବୋହୂ ରୋଜାଲିନୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶାଶୂ ସରସ୍ୱତୀ ଅବସ୍ଥା ସଂକଟାପନ୍ନା ଥିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଢେଙ୍କାନାଳ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories