ଡାକ୍ତରଖାନାରେ ପାଣି ବଦଳରେ ପିଆଇଦେଲେ ଏସିଡି, ମହିଳା ମୃତ

0

ମୁଜଫରପୁର : ବିହାରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କୁ ଡାକ୍ତରଖାନାର ଜଣେ କର୍ମଚାରୀ ପାଣି ବଦଳରେ ଏସିଡି ପିଆଇ ମାରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୁଜଫରପୁରର ଶାମଳୀ ଦେବୀ ନାମକ ଜଣେ ୬୦ ବର୍ଷିୟା ବୃଦ୍ଧାଙ୍କ ଏକ ଘରୋଇ ଡାକ୍ତରଖାନାରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ସମୟରେ ଶ୍ୟାମଳୀ ଦେବୀ ଔଷଧ ଖାଇବା ନିମନ୍ତେ ପାଣି ମାଗିଥିଲେ ।

ଡାକ୍ତରଖାନାର ଜଣେ କର୍ମଚାରୀ ତାଙ୍କୁ ପାଣି ବଦଳରେ ଏସିଡ ବୋତଲ ଦେଇ ଦେଇଥିଲେ । ପାଣି ଭାବି ଶ୍ୟାମଳି ଦେବୀ ଏସିଡି ପିଇବା ମାତ୍ରେ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା । କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍‌ କହିବା ଅନୁସାରେ ଶ୍ୟାମଳୀ ଦେବୀ ଔଷଧ ଖାଇବା ନିମନ୍ତେ ପାଣି ମାଗିଥିଲେ । ଡାକ୍ତରଖାନାର ଜଣେ କର୍ମଚାରୀ ଏସିଡିକୁ ପାଣି ଭାବି ତାଙ୍କୁ ପିଇବାକୁ ଦେଇଥିଲେ । ଶ୍ୟାମଳୀ ଏସିଡିରେ ଔଷଧ ଖାଇବା ମାତ୍ରେ ତାଙ୍କର ରକ୍ତ ବାନ୍ତି ହୋଇଥିଲା ଓ କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ୍‌ ପକ୍ଷରୁ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Leave A Reply