ମହାଭାରତ ସମୟରେ ଇଣ୍ଟରନେଟ ଓ ଗଣେଶଙ୍କ ଅସ୍ତ୍ରୋପଚାର;ବିଜେପି ନେତାଙ୍କ ବିଭ୍ରାନ୍ତିକର ଜ୍ଞାନ

0

ନୂଆଦିଲ୍ଲୀ:ବିଜେପି ନେତା ପ୍ରାୟତଃ ବିଭ୍ରାନ୍ତିକର ତଥ୍ୟକୁ ସର୍ବସମ୍ମୁଖରେ ପ୍ରକାଶ କରି ବିବାଦରେ ରହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଠାରୁ ଆରମ୍ଭ କରି ଏକାଧିକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ବିବାଦରେ ରହିଛନ୍ତି। ଆସନ୍ତୁ ଜାଣିବା ବିଜେପିର କେଉଁ ନେତା କି ପ୍ରକାର ଯୁକ୍ତି ତାଙ୍କୁ ଅଡ଼ୁଆରେ ପକାଇଛି।
ମହାଭାରତ ସମୟରେ କେବଳ ଇଣ୍ଟରନେଟ ନୁହେଁ ସ୍ୟାଟିଲାଇଟ ମଧ୍ୟ ଥିଲା ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ନିକଟରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୁକ୍ତି ଦର୍ଶାଇଛନ୍ତି। ସଞ୍ଜୟ ହସ୍ତିନାପୁରରେ ବସି କୁରୁକ୍ଷେତ୍ର ଯୁଦ୍ଧରେ କ’ଣ ଘଟୁଛି ତାହାର ଧାରା ବିବରଣୀ ଧ୍ରୁତରାଷ୍ଟ୍ରଙ୍କୁ ଦେବା ପ୍ରମାଣିତ କରୁଛି ଯେ, ସେ ସମୟରେ ଇଣ୍ଟରନେଟ ଓ ସ୍ୟାଟିଲାଇଟ ଥିଲା। ଇତିମଧ୍ୟରେ ସମାଜ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଥିଲେ ମଧ୍ୟ ସେ ସମୟରେ ଇଣ୍ଟରନେଟ ଥିଲା ତାହା ପ୍ରମାଣିତ ହେଉଛି ବେଲି ମୁଖ୍ୟମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଭଳି ବିବାଦରୁ ଦୂରରେ ନାହାନ୍ତି। ନିକଟରେ ସ୍କୁଲ ପିଲାଙ୍କ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଜଳବାୟୂ ପରିବର୍ତ୍ତନ ସମ୍ପର୍କରେ ନିଜ ପକ୍ଷ ରଖି ଏହା କେବଳ ବୟସର ବୃଦ୍ଧି ହେତୁ ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ଦେଶର ଦ୍ରୁତ ଜଳବାୟୁ ପରିବର୍ତ୍ତନ ହେଉଥିବାବେଳେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଜଣେ ଛାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ବୟସ୍କ ବ୍ୟକ୍ତିମାନଙ୍କ ଶରୀରରେ ପ୍ରତିରୋଧକ କ୍ଷମତା କମିବା ଓ ଏହାଦ୍ୱାରା ସେମାନଙ୍କୁ ପ୍ରତିବର୍ଷ ଶୀତ ଓ ଗରମ ପୂର୍ବ ବର୍ଷ ଅପେକ୍ଷା ଅଧିକ ଲାଗୁଛି ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ୨୦୧୪ରେ ଏକ ଘରୋଇ ଡାକ୍ତରଖାନାର ଉଦଘାଟନ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱକୁ ପ୍ଲାଷ୍ଟିକ ସର୍ଜରୀର କୌଶଳ ଭାରତଠାରୁ ମିଳିଛି। ଦୀର୍ଘ ବର୍ଷ ପୂର୍ବେ ଗଣେଶଙ୍କ ମୁଣ୍ଡକୁ ପ୍ରତ୍ୟାରୋପଣ ମାଧ୍ୟମରେ ଏକ ହାତୀର ମୁଣ୍ଡ ଲଗାଯାଇ ଥିଲା।

Leave A Reply