www.samajalive.in
Thursday, December 11, 2025
14.1 C
Bhubaneswar

ଭାସମାନ ଆମ୍ବୁଲାନ୍ସ ଅଚଳ; ରୋଗୀ ହନ୍ତସନ୍ତ

ପୁରୀ: ଚିଲିକା ଭିତରେ ରହିଛି କୃଷ୍ଣପ୍ରସାଦ ବ୍ଳକର ୩ଟି ପଞ୍ଚାୟତ। ଏହି ଅଞ୍ଚଳର ଗୁରୁତର ରୋଗୀମାନେ ଭାସମାନ ଆମ୍ବୁଲାନ୍ସ ଯୋଗେ ଚିଲିକାପାର ହୋଇ ଚିକିତ୍ସା ପାଇଁ ଜିଲା ମୁଖ୍ୟ ସଦର ମହକୁମା ଆସିଥାନ୍ତି। ଭାସମାନ ଆମ୍ବୁଲାନ୍ସଟି ୬ ବର୍ଷ ଧରି ଅଚଳ ହୋଇ ପଡିଥିବାରୁ କୃଷ୍ଣପ୍ରସାଦ ବ୍ଳକର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ସରକାର ୮ବର୍ଷ ତଳେ ଚିଲିକାରେ ଏକ ଭାସମାନ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ। ଚିଲିକା ଭିତର ଗ୍ରାମଗୁଡ଼ିକର ରୋଗୀମାନଙ୍କ ପାଇଁ ଏହି ଆମ୍ବୁଲାନ୍ସଟି ଏକମାତ୍ର ସାହା ଭରସା ଥିଲା। ତେବେ ବର୍ଷବର୍ଷ ଧରି ଏହି ଅଚଳ ହୋଇ ପଡ଼ିଥିବାବେଳେ ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ଆମ୍ବୁଲାନ୍ସଟି ୨୦୧୨ ମସିହାରୁ ଖରାପ ହୋଇପଡ଼ିଛି। ଏଥିରେ ନିଯୁକ୍ତି ପାଇଥିବା ଡ୍ରାଇଭର, ଆଟେଣ୍ଡାଣ୍ଟ ଦୀର୍ଘ ଦିନ ହେବ ନିଜ ନିଜ ଘରକୁ ଚାଲିଯାଇଛନ୍ତି। ଆମ୍ବୁଲାନ୍ସ ଚିଲିକା ପାଣିରେ ପଡି ଖତ ହେଉଛି। କୃଷ୍ଣପ୍ରସାଦ ବ୍ଳକର ଚିଲିକା ଜଳ ଘେରିରେ ଥିବା ମହିଁଷା, ବ୍ରହ୍ମପୁର, ଖିରୀସାହି, ଗୁରୁବାଇ, ହାତିସାହି, ପରଳା ଓ ଭାବିନିପୁର ପ୍ରଭୃତି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ଏକ ପ୍ରକାର ଭୁଲିଯାଇଛନ୍ତି। ଏ ସର୍ମ୍ପକରେ କୃଷ୍ଣପ୍ରସାଦ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି, ଏହା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରହିଛି। ଏପରି ଘଟଣା ତାଙ୍କ ନଜରକୁ ଆସି ନାହିଁ। ଆମ୍ବୁଲାନ୍ସ ଖରାପ ବିଷୟରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି। ସେ ଯାହା ହେଉନା କାହିଁକି ତୁରନ୍ତ ଚିଲିକା ଭିତରେ ରୋଗୀସେବା ପାଇଁ ଅଚଳ ହୋଇପଡ଼ିଥିବା ଭାସମାନ ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ କରିବାକୁ କୃଷ୍ଣପ୍ରସାଦର ଜନସାଧାରଣ ଦାବି କରିଛନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories