www.samajalive.in
Saturday, December 6, 2025
19.1 C
Bhubaneswar

ଭାରତ ମହାସାଗର କର୍ମଭୂମି, କେରଳ ଜନ୍ମଭୂମି: ନୌସେନା ମୁଖ୍ୟ

କୋଚି: ଭାରତ ମହାସାଗର କର୍ମଭୂମି ହେଲେ କେରଳ ଆମର ଜନ୍ମଭୂମି ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡ୍‍ମିରାଲ୍‍ ସୁନିଲ୍‍ ଲାନ୍‍ବା। ବନ୍ୟା ବିଧ୍ୱସ୍ତ କେରଳରେ ରିଲିଫ୍‍ ଓ ଉଦ୍ଧାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଭାରତୀୟ ନୌସେନା। ନୌସେନା ପକ୍ଷରୁ ଅପରେସନ୍‍ ମଦଦ୍‍ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଔଷଧ, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ ଦୁଇ ଦୁଇଟି ଜାହାଜ କୋଚିରେ ପହଞ୍ଚିଛନ୍ତି। ସେହିପରି ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳକୁ ନେବା ଏବଂ ଯେଉଁ ସ୍ଥାନକୁ ବୋଟରେ ଯିବା ସମ୍ଭବ ହେଉନାହିଁ ସେଠାରେ ଆକାଶମାର୍ଗରୁ ରିଲିଫ୍‍ ସାମଗ୍ରୀ ଯୋଗାଇ ଦେବା ପାଇଁ ନାଭାଲ୍‍ ହେଲିକପ୍ଟର ବାହିନୀ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। ଶିଶୁ, ବୃଦ୍ଧ, ରୋଗୀ ଏପରିକି ଆସନ୍ନ ପ୍ରସବାମାନଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଠିକ୍‍ ସମୟରେ ପହଞ୍ଚାଯାଇପାରୁଛି। ନାଭାଲ୍‍ ଆଡ୍‍ଭାନ୍ସଡ୍‍ ଲାଇଟ୍‍ ହେଲିକପ୍ଟର, ଚେତକ ହେଲିକପ୍ଟର, ନାଭାଲ୍‍ ସି କିଙ୍ଗ ହେଲିକପ୍ଟରଗୁଡ଼ିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ନାଭାଲ୍‍ ଏୟାର ଷ୍ଟେସନ୍‍ ଆଇଏନ୍‍ଏସ୍‍ ଗରୁଡ଼ ଉଦ୍ଧାର ଓ ରିଲିଫ୍‍ ପରିଚାଳନାରେ ୨୪ ଘଣ୍ଟା ସକ୍ରିୟ ରହିଛି। ଜେମିନି ବୋଟ୍‍ ସହିତ ୭୨ଟି ଡାଇଭିଂ ଟିମ୍‍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories