www.samajalive.in
Wednesday, December 10, 2025
14.1 C
Bhubaneswar

ବୁର୍ଲା ଭିସୁଟ ଶିକ୍ଷକଙ୍କ ଆନ୍ଦୋଳନରେ ଦ୍ୱିଧା: ବିଶୃଙ୍ଖଳା ସୃଷ୍ଟି ଧରାଯିବା ନେଇ କୁଳସଚିବଙ୍କ ଚିଠି

ବୁର୍ଲା : ବୁର୍ଲା ଭିସୁଟ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ଚାଲିଥିବା ପରିପ୍ରେକ୍ଷିରେ କୁଳାଧିପତିଙ୍କ ଆଦେଶ କ୍ରମେ ଗତ ୧୦ ତାରିଖରେ ପ୍ରଥମ କାର୍ଯ୍ୟାନୁଷ୍ଠାନ କୁଳପତି ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଶିକ୍ଷକମାନେ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ଦର୍ଶାଇ ଦୁଇଜଣ ଅଧ୍ୟାପକଙ୍କୁ ନିଲମ୍ବିତ ଏବଂ ଜଣେ ଅଧ୍ୟାପକଙ୍କୁ ବହିଷ୍କାର କୁଳାଧିପତିଙ୍କ ନିର୍ଦ୍ଦେଶମତେ କୁଳପତି ନିର୍ଦ୍ଦେଶ ଦେଇଥିଲେ। ୧୨ ଜଣଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହାକୁ ସଂଘ ତରଫରୁ ଖଣ୍ଡନ କରାଯାଇ ସେମାନେ କର୍ତ୍ତବ୍ୟରେ କୌଣସି ଅବହେଳା କରୁ ନ ଥିବା ସ୍ପଷ୍ଟିକରଣ ଗଣମାଧ୍ୟମକୁ ଦେଇଥିଲେ। ପରେ ୧୧ ତାରିଖରେ ବହିଷ୍କୃତ ଶିକ୍ଷକ ପୁଣି ନିଲମ୍ବନ ଆଦେଶକୁ ନେଇ ଶିକ୍ଷକ ସଂଘ ପ୍ରତିକ୍ରିୟାଶୀଳ ହୋଇ ନିନ୍ଦା କରିଥିଲା। ପୁଣି ମଙ୍ଗଳବାର ପଞ୍ଜିକରଣ ହୋଇ ନ ଥିବା ଫଳରେ ଭିସୁଟ ଶିକ୍ଷକ ସଂଘ ତରଫରୁ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବା ନେଇ ଭିସୁଟ କୁଳସଚିବଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ ନେଇ ଶିକ୍ଷକ ସଂଘର ଆନ୍ଦୋଳନ ଶୀଥିଳ ପଡ଼ିଥିବା ବେଳେ କୌଣସି ଶିକ୍ଷକଙ୍କୁ ବିକ୍ଷୋଭ ସ୍ତଳରେ ଦେଖିବାକୁ ମିଳି ନ ଥିଲା।
ବୁର୍ଲା ଭିସୁଟ ଶିକ୍ଷକ ସଂଘ ତରଫରୁ ଗତ ଜୁଲାଇ ମାସ ୧୭ ତାରିଖରୁ ଧାରଣା ଆରମ୍ଭ ହୋଇଥିଲା। ଧାରଣାରେ କୁଳପତିଙ୍କ ବିଭିନ୍ନ କାର୍ଯ୍ୟାନୁଷ୍ଠାନକୁ ବିରୋଧ ସହିତ ବେନିୟମ ଭାବରେ ନିୟମ ଲାଗୁ କରାଯିବାକୁ ପୃଷ୍ଠଭୁମି କରି ଭିସୁଟ ଶିକ୍ଷକ ସଂଘ ଆନ୍ଦୋଳନର ପନ୍ଥା ନିର୍ଦ୍ଧାରଣ କରିଥିଲା। ପରେ ଗତ ଜୁଲାଇ ମାସ ୨୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ଶିକ୍ଷକ ସଂଘ ତରଫରୁ ପୁଣି ଛାତ୍ରଛାତ୍ରୀଙ୍କ କ୍ଲାସ ନିଆଯିବା ଏବଂ ପରୀକ୍ଷା ଖାତା ମୁଲ୍ୟାୟନ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଗତ ୨୫ ତାରିଖରୁ କେବଳ ଗୋଟିଏ ହିଁ ଦାବି ଭିସୁଟ କୁଳପତିଙ୍କ ବହିଷ୍କାର ଆନ୍ଦୋଳନ ଜାରି ରହିଥିଲା। ପ୍ରାୟ ଦୁଇଦିନ କୁଳପତି ଭିସୁଟକୁ ଆସିଥିବା ବେଳେ ପୁଲିସ ବ୍ୟବସ୍ତା ମଧ୍ୟରେ ଶିକ୍ଷକ ସଂଘର ବିରୋଧର ସମ୍ମୁଖୀନ ହୋଇ ପୁନଃ ତାଙ୍କ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ସହିତ ଶିକ୍ଷକ ସଂଘର ସମସ୍ତ ଅଭିଯୋଗକୁ କୁଳପତି ପ୍ରଫେସର ଅଟଳ ଚୌଧିରୀ ଖଣ୍ଡନ କରି ଆସୁଥିଲେ। କୁଳପତି ହଠାତ ଚଳିତ ମାସ ଗତ ୧୦ ତାରିଖରେ ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତାହା ମଧ୍ୟରୁ ଦୁଇଜଣ ଅଧ୍ୟାପକଙ୍କୁ ନିଲମ୍ବିତ ଏବଂ ଜଣେ ଅଧ୍ୟାପକଙ୍କୁ ବହିଷ୍କାର କୁଳାଧିପତିଙ୍କ ନିର୍ଦ୍ଦେଶମତେ କୁଳପତି ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୧୨ ଜଣଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଶିକ୍ଷକ ସଂଘ ସଭାପତି ପ୍ରଫେସର ତଥା ସଂଘର ସଭାପତି ପୁଷ୍ପରାଜ ଦାସଙ୍କୁ ଚାକିରିରୁ ବହିଷ୍କାର, ଆସିଷ୍ଟାଣ୍ଟ ପ୍ରଫେସର ତଥା ସଂଘର ଉପସଭାପତି ଡଃ ପାଣ୍ଡବ ପାତ୍ର ଏବଂ ସମ୍ପାଦକ ପ୍ରଦିପ୍ତ କୁମାର ଦାସଙ୍କୁ ନିଳମ୍ବିତ କରିଥିବା ସୂଚନା ମିଳିଥିଲା। ଏପରି ଘଟଣା ଭିସୁଟ ଇତିହାସରେ ପ୍ରଥମ ଏବଂ କଳାଦିବସ ବୋଲି ସଂଘ ତରଫରୁ ଅଭିଯୋଗ ହୋଇଥିଲା। ତେବେ ପୁଣି ୧୧ ତାରିଖ ଦିନ ଯାହାଙ୍କୁ ପୁଷ୍ପରାଜ ଦାସଙ୍କ ବହିଷ୍କାର ନିର୍ଦ୍ଦେଶନାମା ପୁଣି ରବିବାର ନିଲମ୍ବନରେ ପରିଣତ ହୋଇଯାଇଥିଲା। ଭିସୁଟ ଶିକ୍ଷକ ସଂଘର ପୁରୋଧା ପାଲଟିଥିବା ସଭାପତି, ଉପସଭାପତି ଏବଂ ସମ୍ପାଦକ ନିଲମ୍ବିତ ହେବା ସଂଘର ଆନ୍ଦୋଳନକୁ ଭଣ୍ଡୁର କରାଯିବା ପ୍ରୟାସ ବୋଲି ଅଭିଯୋଗ ଶିକ୍ଷକ ସଂଘ ତରଫରୁ ହୋଇଥିଲା। ଏହା ଭିତରେ କୁଚକ୍ରାନ୍ତ ଗୋଷ୍ଠୀ କାମ କରୁଥିବାର ସନ୍ଦେହ ଘେରକୁ ଆସୁଥିବା ଭିସୁଟ ଶିକ୍ଷକ ସଂଘ ଅଭିଯୋଗ ଆଣିଥିଲା। ପୁଣି ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧିରୀଙ୍କୁ ରାଜ୍ୟପାଳଙ୍କ ବାସଭବନରୁ ଡ଼କରା ଆସିବା ପରିପ୍ରେକ୍ଷିରେ ସେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଛନ୍ତି। ଠିକ ଏହି ସମୟ ମଧ୍ୟରେ ଭିସୁଟର କୁଳସଚିବଙ୍କ କାର୍ଯ୍ୟାଳୟ ତରଫରୁ ପୁଣି ଏକ ଚିଠି ଜାରି ହୋଇଛି। ଏସଡ଼ିଟିଇ ବିଭାଗର ଚିଠି ନମ୍ବର ଏସଡ଼ିଟିଇ-ଏଚଟିଇ-୨-୦୦୨୮-୨୦୧୯/୩୮୩୭ ଗତ ଅଗଷ୍ଟ ମାସ ୯ ତାରିଖରେ ହସ୍ତଗତ ହୋଇଥିବା ଚିଠି ଅନୁସାରେ ଭିସୁଟା ଶିକ୍ଷକ ସଂଘ ପଞ୍ଜିକୃତ ସଂଘ ହୋଇ ନ ଥିବା ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅବଗତ ନିମନ୍ତେ ନେବା ଉଚିତ। ତେଣୁ ଭିସୁଟା ବେନିୟମ ସଂଘ ଏହା ଫଳରେ ବିଶୃଙ୍ଖଳା ଚାର୍ଜ ଲଗାଯିବ। ଏହାକୁ ନେଇ ଭିସୁଟ କୁଳସଚିବଙ୍କ ହସ୍ତାକ୍ଷର ରହିଥିବା ଚିଠି ନମ୍ବର ୫୪୨ ମଙ୍ଗଳବାର ତା୧୩/୦୮/୨୦୧୯ରିଖରେ ଏହି ମର୍ମରେ ଜାରି କରିଛନ୍ତି। ସେପଟେ ମୁରବି ବିହିନ ହୋଇଥିବା ଶିକ୍ଷକ ସଂଘ ତରଫରୁ ଆଜି ଭିସୁଟର ମୁଖ୍ୟଫାଟକ ସମ୍ମୁଖରେ କେହି ବସି ନ ଥିବା ଦେଖିବାକୁ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories