www.samajalive.in
Friday, December 5, 2025
20.1 C
Bhubaneswar

ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଗୁଆହାଟି : ଭାରତୀୟ ବାୟୁ ସେନାର ଏକ ମାଇକ୍ରୋଲାଇଟ ହେଲିକପ୍ଟର ଆସାମର ମାଜୁଲି ଦ୍ୱୀପ ନିକଟରେ ଗୁରବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି । ମାଜୁଲି ଦ୍ୱୀପ ପୁଲିସ୍‌ ହେଲିକପ୍ଟରର ଦୁର୍ଘଟଣା ଓ ପାଇଲଟଙ୍କ ମୃତ୍ୟୁ ନେଇ ସୂଚନା ପ୍ରଦାନ କରିଛନ୍ତି । ମାଜୁଲି ଦ୍ୱୀପର ସୁମୋଇମାରି-ଚାପୋରିରେ ଏହି ଦୁର୍ଘଟଣା ଘଟିଛି। ଆସମର ରୋୱରିଅ ବିମାନ ବନ୍ଦରରୁ ହେଲିକପ୍ଟରଟି ଉଡ଼ାଣ ଭରିଥିଲା । ଗୁରୁବାର ଦିନ ପ୍ରାୟ ସାଢେ ୧ଟା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରହ୍ମପୁତ୍ର ନଦୀରେ ଥିବା ମାଜୁଲି ଦ୍ୱୀପରେ ଯାଇ ପଡିଥିଲା । ଜିଲା ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପ୍ରତିରକ୍ଷା ଅଧିକାରୀ ଓ ବାୟୁ ସେନା ଅଧିକାରୀମାନେ ସେଠାକୁ ଯାଉଥିବା ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟିରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ବୋଲି ବାୟୁ ସେନାର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories