www.samajalive.in
Saturday, December 6, 2025
19.1 C
Bhubaneswar

ବଳଦେବଜୀଉଙ୍କ ‘ନନ୍ଦିଘୋଷ’କୁ ମିଳିଲା ବିଶ୍ୱର ଉଚ୍ଚତ୍ତମ ରଥ ମାନ୍ୟତା

କେନ୍ଦୁଝରଗଡ଼ : କେନ୍ଦୁଝରର ରାଷ୍ଟ୍ରଦେବତା ପ୍ରଭୁ ବଳଦେବଜୀଉଙ୍କ ରଥ ‘ନନ୍ଦିଘୋଷ’ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ଗ୍ଲୋବାଲ ରେକର୍ଡସ, ଏସିଆ ପାସିଫିକ୍‍ ରେକର୍ଡସ୍‍ ଓ ଇଣ୍ଡିଆସ ନ୍ୟାସନାଲ ରେକର୍ଡସ୍‍ରେ ସ୍ଥାନ ଲାଭ ପରେ ଏବେ ଗିନିଜ୍‍ ବୁକ୍‍ ଅଫ୍‍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇବା ଅପେକ୍ଷାରେ ରହିଛି। ୭୨ଫୁଟ ଉଚ୍ଚ ଓ ୪୫ ଫୁଟ ପ୍ରସ୍ଥ ଏବଂ ୧୬ଚକ ବିଶିଷ୍ଟ କେନ୍ଦୁଝରର ଏହି ରଥ ସମଗ୍ର ବିଶ୍ୱରେ ସର୍ବାଧିକ ଉଚ୍ଚତା ରଥ ଗିନିଜ୍‍ ବୁକ୍‍ ଅଫ୍‍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଁ ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ବାରମ୍ବାର ଆବେଦନ ହୋଇ ଆସୁଥିଲା। ଶେଷରେ ଆବେଦନକୁ ଗ୍ରହଣ କରି ଚଣ୍ଡିଗଡସ୍ଥିତ ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ମୁଖ୍ୟ ମନମୋହନ ରାୱତ ଡିସେମ୍ବର ୨୫ରେ କେନ୍ଦୁଝର ଗସ୍ତରେ ଆସି ରଥର ଉଚ୍ଚତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହ ରଥ ସମ୍ପର୍କିତ ସମସ୍ତ ତଥ୍ୟ ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ ସୋମନାଥ ପ୍ରଧାନଙ୍କ ନିକଟରୁ ଗ୍ରହଣ କରିଥିଲେ। ଶ୍ରୀ ରାୱତ ତଦନ୍ତସାରି ଏଠାରୁ ଫେରିବା ସପ୍ତାହକ ପରେ ରବିବାର କେନ୍ଦୁଝରର ରଥ ବିଶ୍ୱର ଉଚ୍ଚତ୍ତମ ରଥ ଭାବେ ଦେବୋତ୍ତର ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଜଣାଇବା ସହ ଉପରୋକ୍ତ ୩ଟି ସଂସ୍ଥାରୁ ପ୍ରମାଣପତ୍ର ସହ ଟ୍ରଫି, ବ୍ୟାଜେସ୍‍, ପ୍ରେସ୍‍ ନୋଟ ଓ ରଙ୍ଗୀନ ଷ୍ଟିକର ହାସଲ କରିବାକୁ ହେଲେ ପ୍ରୋସେସିଙ୍ଗ ଫି ବାବଦ ୩୫,୪୦୦ଟଙ୍କା ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି।
ଏଥିସହ ଖୁବ୍‍ ଶିଘ୍ର ଦିନେ ଦୁଇଦିନ ମଧ୍ୟରେ ଏହି ରଥ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ଗିନିଜ୍‍ ବୁକ୍‍ ଅଫ୍‍ ୱାଲ୍ଡରେ ସ୍ଥାନ ପାଇବା ନେଇ ଦେବୋତ୍ତର ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଥିବା ବେଳେ ଏଥିନେଇ ଜିଲାବାସୀ ତଥା ପ୍ରଭୁ ବଳଦେବଜୀଉ ଭକ୍ତ ମହଲରେ ଖୁସିର ଲହରୀ ଖେଳି ଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories