ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଫୁଲବାଣୀ: ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ଏନଏସଏସ ୟୁନିଟର ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୮୪ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁବାସ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ଶିବିରରେ ମୁଖ୍ୟ ଚିକିତ୍ସାଧିକାରୀ ଡ଼. ବିଜୟ କୁମାର ପଣ୍ଡା, ଫୁଲବାଣୀ ବ୍ଲଡ ବ୍ୟାଙ୍କ ଅଧିକାରୀ ଡ଼. ଜୟଦୀପ ଘୋଷଙ୍କ ନେତୃତ୍ୱରେ ଦୀନକୃଷ୍ଣ ମହନ୍ତ, ସମାଜସେବୀ ପ୍ରଶାନ୍ତ କୁମାର ବେହେରା, ଭି. ଲୋକନାଥ ଓ ଅନ୍ୟ ସହକାରୀ କାର୍ଯ୍ୟକର୍ତ୍ତାମାନେ ମିଳିତ ଭାବେ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜିକା ତଥା ପ୍ରାଣୀ ବିଭାଗ ଅଧ୍ୟାପିକା ଡ଼. ଅଭିପ୍ସା ବଳ ଓ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ବିପିନ ବେହେରା ଶିବିର ପରିଚାଳନା କରିଥିଲେ।

Comments are closed.