www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚମ ଦିନରେ ବି ପ୍ରଶ୍ନକାଳ ଅଚଳ

ଭୁବନେଶ୍ୱର: କେତେବେଳେ ବିରୋଧୀ ତ ଆଉ କେତେବେଳେ ଶାସକ, ପ୍ରଶ୍ନକାଳ ଆରମ୍ଭରୁ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଗୃହରେ ପ୍ରତିବାଦର ସ୍ୱର ଉଠାଇବା ଦ୍ୱାରା ଏହାକୁ ନେଇ ହଟ୍ଟଗୋଳ ସୃଷ୍ଟି ହେଉଛି। ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖୁଥିବା ଲକ୍ଷ୍ୟ କରାଯାଉଛି। ଚଳିତ ବିଧାନସଭାରେ ଏ ପର୍ଯ୍ୟନ୍ତ ୬ଟି କାର୍ଯ୍ୟ ଦିବସ ସରିଲାଣି; ହେଲେ ଏ ପର୍ଯ୍ୟନ୍ତ ଦିନଟିଏ ହେଲେ ପ୍ରଶ୍ନକାଳ ସ୍ୱାଭାବିକ ହୋଇପାରିନି।
କ୍ରମାଗତ ଭାବେ ଆଜି ପଞ୍ଚମ ଦିନରେ ପ୍ରଶ୍ନକାଳ ଅଚଳ ରହିଛି।
ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଦୀପ ଅମାତ ବିଧାୟକ କେ. ସୂର୍ଯ୍ୟ ରାଓଙ୍କ ଏକ ପ୍ରଶ୍ନ ଉପରେ ଉତ୍ତର ରଖିବାକୁ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଡାକିଥିଲେ। ମନ୍ତ୍ରୀ ଉତ୍ତର ରଖିବାକୁ ଯିବାବେଳେ ବିରୋଧୀ ବିଜେପି ସଭ୍ୟମାନେ ହଠାତ ଗୃହ ମଧ୍ୟଭାଗକୁ ପ୍ରବେଶ କରି ହୋ ହଲ୍ଲା ଆରମ୍ଭ କରିଦେଇଥିଲେ। ବିଜେପି ସଭ୍ୟ ପ୍ରଦୀପ ପୁରୋହିତ, ରବି ନାଏକ, ବିଭୂତିଭୂଷଣ ହରିଚନ୍ଦନ ପ୍ରମୁଖ ଗୃହ ମଧ୍ୟଭାଗକୁ ଆସି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଞ୍ଜି ବିନିଯୋଗ ଆଳରେ ଆତ୍ମପ୍ରଚାର ବନ୍ଦ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ତେବେ କଂଗ୍ରେସ ସଭ୍ୟମାନେ ନିଜ ଆସନରେ ବସି ରହିଥିଲେ। ବିଜେପିର ବିରୋଧ ସମୟରେ ମୁଖ୍ୟମନ୍ତ୍ରୀ ଗୃହରେ ନଥିଲେ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏବଂ ସଭ୍ୟ ଦୁର୍ଯ୍ୟୋଧନ ମାଝି ନିଜ ଆସନରେ ଠିଆ ହୋଇ ନିଜ ଦଳର ପ୍ରତିବାଦକୁ ସମର୍ଥନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାହା ସ୍ୱାର୍ଥରେ ବୋଲି ବିଜେପି ବିଧାୟକମାନେ ପ୍ରଶ୍ନ କରିଥିଲେ। ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଲାଗିରହିବାକୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅନ୍ୟପକ୍ଷରେ ରାଜ୍ୟରେ ବଢ଼ୁଥିବା ପୁଞ୍ଜିନିବେଶ ଉପରେ ରୋକ ଲଗାଇବାକୁ ବିଜେପି ଅପପ୍ରଚାର କରୁଛି ବୋଲି ଶାସକ ଦଳର ବିଧାୟକମାନେ ପାଲଟା ଅଭିଯୋଗ କରିଥିଲେ। ମୁଖମନ୍ତ୍ରୀ ମେକ ଇନ ଓଡ଼ିଶାର ରୋଡ଼ ଶୋ କରି ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ନିମନ୍ତେ ଉଦ୍ୟମ କରୁଛନ୍ତି ବୋଲି ଦଳ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ପୁଞ୍ଜିନିବେଶକୁ ନେଇ ରାଜନୀତି କରୁଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories