www.samajalive.in
Sunday, December 14, 2025
18.1 C
Bhubaneswar

ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଛି ବିଜେପି: ମନମୋହନ ସିଂହ

ନୂଆଦିଲ୍ଲୀ: କଂଗ୍ରେସର ୮୪ତମ ଅଧିବେଶନର ତୃତୀୟ ଦିନରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉମସ୍ଥିତ ହୋଇ ନିଜ ବକ୍ତବ୍ୟ ରଖିଛନ୍ତି। ଅର୍ଥନୈତିକ ସ୍ଥିତି ସମ୍ପର୍କରେ ସେ ଆଲୋକପାତ କରି ବିଜେପି ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଦେଇଛି ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ଯେଉଁ ସବୁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ କରିବାରେ ବିଫଳ ହୋଇଛନ୍ତି। ପ୍ରତି ବର୍ଷ ୨କୋଟି ଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଏବେ ସୁଧା ୨ଲକ୍ଷ ଅତିକ୍ରମ କରି ନାହିଁ। ସେହିପରି ବିମୁଦ୍ରାକରଣକୁ ଭୁଲ ଭାବରେ ଦେଶରେ ଲାଗୁ କରି ଦେଶର ଅର୍ଥବ୍ୟବସ୍ଥାରେ ଶକ୍ତ ଧକ୍କା ଦେଇଛି ମୋଦି ସରକାର। ସେହିପରି ଠିକ୍ ଭାବରେ ଜିଏସଟିକୁ କାର୍ଯ୍ୟକାରୀ କରି ନଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡ଼ିଛି। ସେହିପରି କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ କ୍ରମଶଃ ଧୂଆବାଣରେ ପରିଣତ ହେବା ଲକ୍ଷ୍ୟ କରାଯାଉଛି। ୨୦୧୪ ନିର୍ବାଚନ ପ୍ରଚାର ପତ୍ରରେ ମଧ୍ୟ ବିଜେପି ୨୦୨୨ ମଧ୍ୟରେ ଦେଶର କୃଷକଙ୍କ ଆୟକୁ ଦ୍ବିଗୁଣ କରିବାର ପ୍ରତିଶ୍ରୁତି ଦେଇଥିଲା। ତେବେ ମୋଦି ସରକାରଙ୍କ ଅର୍ଥନୀତି ଅନୁଧ୍ୟାନ କଲେ ଏହାକୁ କାର୍ଯ୍ୟକାରୀ କରିବାର କୌଣସି ଅଭିପ୍ରାୟ ମୋଦି ସରକାରର ନାହିଁ ବୋଲି ପ୍ରାକ୍ତନ ପ୍ରଧାନମନ୍ତ୍ରୀ ପାଲଟା ଅଭିଯୋଗ କରିଛନ୍ତି।

ଶନିବାର କଂଗ୍ରେସ ଉପାଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ସମାଲୋଚନା କରିଥିଲେ। ଆଜି ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଅନୁରୂପ ଭାବରେ ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ବର୍ତ୍ତମାନର ମୋଦି ସରକାର କେବଳ ଭୋଟ ପାଇଁ ଅବାନ୍ତର ମିଥ୍ୟାର ଆଶ୍ରୟ ନେଇ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ଆଜିର ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତାମାନେ ଭାଷଣରେ ମତ ରଖିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories