www.samajalive.in
Sunday, December 7, 2025
26.1 C
Bhubaneswar

ଦିନକରେ ପିଆଜ ୪ ଟଙ୍କା ମହଙ୍ଗା; ଆଳୁ କିଲୋ ୩୨

ଭୁବନେଶ୍ବର:​‌ ବିଗତ ସପ୍ତାହକ ମଧ୍ୟରେ କିଲୋ ପିଛା ୫ ଟଙ୍କା ବୃଦ୍ଧି ଘଟିଥିବା ଆଳୁ ଦର ଧୀରେ ଧୀରେ ଆକାଶଛୁଆଁ ହେବାରେ ଲାଗିଛି । ସୋମବାର କଟକ ଏବଂ ଭୁବ ନେଶ୍ବରରେ ଆଳୁ କି‌େ​‌ଲା ପିଛା ୩୦ ଟଙ୍କା ଛୁଇଁଥିଲା ା ତେବେ ଆଜି ରାଜଧାନୀରେ ଆଳୁ କିଲୋ ୩୨ ଟଙ୍କା ହୋଇଛି । ଆସାମ, ବିହାର ଏବଂ ଉତ୍ତରପ୍ରଦେଶ ସହ ଦିଲ୍ଲୀରେ ଦେଖାଦେଇଥିବା ପ୍ରଳୟଙ୍କାରୀ ବନ୍ୟା ଯୋଗୁ ରାଜ୍ୟକୁ ଆଳୁ ଯୋଗାଣ କମୁଛି । ବହୁ ମାତ୍ରାରେ ଆଳୁ ଏବଂ ପିଆଜ ବନ୍ୟାଞ୍ଚଳକୁ ପଠାଯାଉଛି । ଏଥିଯୋଗୁ ବର୍ତ୍ତମାନ ଓଡ଼ିଶାକୁ ବିଶେଷ କରି ଆଳୁ ଯୋଗାଣ କେତେକାଂଶରେ କମ୍‌ ହୋଇଯାଇଛି ।ପଶ୍ଚିମବଙ୍ଗ ବ୍ୟବସାୟୀ ମନଇଚ୍ଛା ଦର ବଢ଼ାଇବା ପରେ ବଜାରରେ ଆଳୁ ମହଙ୍ଗା ହୋଇଛି ବୋଲି ସ୍ଥାନୀୟ ବ୍ୟବସାୟୀ ସଫେଇ ଦେଉଛନ୍ତି ।  ଆଳୁ ଯୋଗାଣ କମ୍‌ ହେଉଛି ସତ କିନ୍ତୁ ପିଆଜ ଯୋଗାଣ ଠିକ୍‌ଠାକ୍‌ ରହିଛି ।​‌ ଏହାସତ୍ତ୍ବେ ଆଜି ବଜାରରେ ପିଆଜ ଦର ବଢ଼ିଛି । ମାତ୍ର ଦିନକର ବ୍ୟବଧାନରେ ପିଆଜ କିଲୋ ପିଛା ୪ ଟଙ୍କା ବଢ଼ାଇଛନ୍ତି ବ୍ୟବସାୟୀ । ସୋମବାର ବଜାରରେ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ଭୁବନେଶ୍ବରର କେତେକ ହାଟରେ ୨୪ ଟଙ୍କାରେ ବିକ୍ରି କରାଯାଇଛି । ଆଳୁ ଓ ପିଆଜ ଦରରେ ଏଭଳି ବୃଦ୍ଧି ଏବେ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି ।
ରାଜଧାନୀର ପାଇକାରୀ ପେଣ୍ଠସ୍ଥଳ ଆଇଗିଣିଆଠାରେ ମଙ୍ଗଳବାର ଆଳୁ କୁଇଣ୍ଟାଲ ପିଛା ୨୩୪୦-୨୪୦୦ ଟଙ୍କା ରହିଛି ।  ସୋମବାର ମଣ୍ଡିକୁ ମାତ୍ର ୧୨ ଗାଡି ଆଳୁ ଆସିଥିଲା। କମ୍‌ ଯୋଗାଣର ପ୍ରଭାବରେ ଚାହିଦା ବଢ଼ିବା ଯୋଗୁ ଖୁଚୁରା ବଜାରରେ ଆଳୁ କିଲୋ ପିଛା ୨୮ରୁ ୩୦ ଟଙ୍କା ହୋଇଥିଲା । ହେଲେ ଆଜି ପୁନର୍ବାର ଦର କିଲୋ ପିଛା ୩୨ ଟଙ୍କା ଛୁଇଁଛି । ରାଜଧାନୀର ବଡଗଡ, ବ୍ରହ୍ମେଶ୍ବର ପାଟଣା ଏବଂ ରସୁଲଗଡସ୍ଥିତ କୋଚିଲାଇ ହାଟରେ ଆଳୁ କିଲୋ ୩୨ ଟଙ୍କା ଏବଂ ପିଆଜ ୨୪ ଟଙ୍କାରେ ବିକ୍ରି ହେଉଥିଲା । ତେବେ ଏକ ନମ୍ବର ହାଟରେ ଆଳୁ କିଲୋ ପିଛା ୩୦ ଟଙ୍କା ଏବଂ ପିଆଜ ୨୦ ଟଙ୍କା ରହିଥିଲା । ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କୁହନ୍ତି, ଆଇଗିଣିଆକୁ ଆଜି ଉଭୟ ଆଳୁ ଏବଂ ପିଆଜ ଯୋଗାଣ ସ୍ବଭାବିକ ରହିଛି । ବନ୍ୟାଞ୍ଚଳକୁ ଅଧିକ ମାତ୍ରାରେ ଆଳୁ ଯାଉଥିବା ଯୋଗୁ ଏଠାକୁ ଯୋଗାଣ କମ୍‌ ରହିଥିଲା । ତେବେ ପିଆଜ ଯୋଗାଣରେ ଏ ପର୍ଯ୍ୟନ୍ତ କୌଣସି ବାଧା ଆସିନାହିଁ । ପାଇକାରୀ ବଜାରରେ ପିଆଜ କୁଇଣ୍ଟାଲ ପିଛା ୧୩୫୦-୧୫୦୦ ଟଙ୍କା (କିଲୋ ୧୩ ଟଙ୍କା ୫୦ ପଇସାରୁ ୧୫ ଟଙ୍କା) ରହିଥିବାବେଳେ ଖୁଚୁରା ବଜାରରେ ଏହା ୨୪ ଟଙ୍କାରେ ବିକ୍ରି କରାଯିବା ସମ୍ପୂର୍ଣ୍ଣ ଭାବେ ଅଯୁକ୍ତିକର ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories