ତେଜପ୍ରତାପଙ୍କ ନିର୍ବନ୍ଧ

0

ପାଟନା: ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଳପ୍ରତାପଙ୍କ ନିର୍ବନ୍ଧ ପାଟନାସ୍ଥିତ ହୋଟେଲ ମୌର୍ଯାରେ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଛି। ତେଜପ୍ରତାପଙ୍କ ବିବାହ ରାଜଡ଼ି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶର୍ୟାଙ୍କ ସହ ହେଉଛି। ଏହି ଉପଲକ୍ଷେ ଲାଲୁଙ୍କ ପରିବାରବର୍ଗଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଅତିଥିଙ୍କ ସମାଗମ ହେବାରେ ଲାଗୁଛି। ତେବେ ଲାଲୁ ପ୍ରସାଦ ଏହି ସମାରୋହରେ ଅନୁପସ୍ଥିତ ଅଛନ୍ତି। ଗୋ-ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ଜେଲ ଦଣ୍ଡିତ କରାଯାଇ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସେ ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଚିକିତ୍ସିତ ରହିଛନ୍ତି। ତଥାପି ପରିବାରବର୍ଗ ଲାଲୁ ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରିଥିଲେ କିନ୍ତୁ ତାଙ୍କ ଅନୁପସ୍ଥିତିରେ ଶେଷରେ ଏହି ନିର୍ବନ୍ଧ ଅନୁଷ୍ଠାନ ଅନୁଷ୍ଠିତ ହେଉଛି। ଏସବୁ ଦୃଷ୍ଟିକୋଣରୁ ନିର୍ବନ୍ଧ ଅନୁର୍ଷ୍ଠାନରେ କୌଣସି ଦଳୀୟ କର୍ମକର୍ତ୍ତାଙ୍କୁ ଡ଼କା ଯାଇ ନାହିଁ। କେବଳ ପରିବାରବର୍ଗଙ୍କ ମଧ୍ୟରେ ଅନୁଷ୍ଠାନକୁ ଅନୁଷ୍ଠିତ କରିବାକୁ ଲାଲୁଙ୍କ ପତ୍ନୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ପରିତବାରବର୍ଗଙ୍କ ସମେତ ମାତ୍ର ୨୦୦ ଅତିଥିଙ୍କ ଉପସ୍ଥିତିରେ ତେଜପ୍ରତାପଙ୍କ ନିର୍ବନ୍ଧ ଅନୁଷ୍ଠିତ ହେଉଛି।

Leave A Reply