କଲକାତା: ତୃଣମୂଳ କଂଗ୍ରେସ ନେତା ତଥା କ୍ରିଷ୍ଣଗଞ୍ଜ ବିଧାୟକ ସତ୍ୟଜିତ ବିଶ୍ୱାସ ଆତତାୟୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଥିବା ଟିଏମ୍ସି ପକ୍ଷରୁ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ସରସ୍ୱତୀ ପୂଜା ପାଇଁ ଆୟୋଜିତ ଏକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଫୁଲବାରୀଠାରେ ଆତତାୟୀମାନେ ଖୁବ୍ ନିକଟରୁ ତାଙ୍କୁ ଗୁଳି କରିଥିଲେ। ଏଥିରେ ବିଜେପି କର୍ମକର୍ତ୍ତାଙ୍କ ହାତ ଥିବା ଟିଏମ୍ସି ନେତା ତଥା ଜିଲା ସଭାପତି ଗୌରୀ ଶଙ୍କର ଦତ୍ତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସତ୍ୟଜିତ୍ଙ୍କ ପ୍ରତି ମାଟୁଆ ସଂଘର ଦୃଢ଼ ସମର୍ଥନ ଥିଲା। ବିଜେପି ମାଟୁଆ ସଂଘର ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ପରେ ଉପରୋକ୍ତ ପଦକ୍ଷେପ ନେଇଛି। ଅପରପକ୍ଷରେ ବିଜେପି ଜିଲ୍ଲା ସଭାପତି ଦିଲ୍ଲୀପ ଘୋଷ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ଟିଏମସି ବିଧାୟକଙ୍କୁ ହତ୍ୟା
Popular Categories



