www.samajalive.in
Saturday, December 13, 2025
21.1 C
Bhubaneswar

ଜୟଲଳିତାଙ୍କ ଚିକିତ୍ସା ବେଳେ ସମସ୍ତ ସିସିଟିଭି କ୍ୟାମେରା ବନ୍ଦ ଥିଲା : ଆପୋଲୋ

ଚେନ୍ନଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଡାକ୍ତରଖାନାରେ ଭର୍ତ୍ତି ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆପୋଲୋର ସମସ୍ତ ସିସିଟିଭି କ୍ୟାମେରା ବନ୍ଦ ରହିଥିଲା ବୋଲି ଆପୋଲ ହସ୍ପିଟାଲର ଅଧ୍ୟକ୍ଷ ଡ ପ୍ରତାପ ସି ରେଡ୍ଡୀ ଗୁରୁବାର ପ୍ରକାଶ କରିଛନ୍ତି । ଜୟଲଳିତା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟଅନୁଭବ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଅବନତି ଘଟିବା ପରେ ୨୦୧୬ ସେପ୍ଟେମ୍ବର ୨୨ରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୭୫ ଦିନର ଚିକିତ୍ସା ପରେ ୨୦୧୬ ଡିସେମ୍ବର ୪ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ କରୁଥିବା ଜଷ୍ଟିସ୍‌ ଏ ଅରୁମୁଗସ୍ୱାମୀ କମିଶନଙ୍କ ନିକଟରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଜମା କରିଛନ୍ତି ବୋଲି ଆପୋଲୋ ଆନ୍ତର୍ଜାତିକ କୋଲୋରେକ୍ଟାଲ ସମ୍ପାନରେ ସେ ସୂଚନା ଦେଇଛନ୍ତି । ଜୟଲଳିତା ଚିକିତ୍ସାଧୀନ ଥିବାବେଳେ ଡାକ୍ତରଖାନାର ସମସ୍ତ ସିସିଟିଭିକୁ ବନ୍ଦ କରିଦିଆଯାଇଥିଲା । ତେଣୁ ସିସିଟିଭି ଫୁଟେଜ କମିଶନଙ୍କୁ ଦିଆଯାଇନାହିଁ ବୋଲି ସେ କହିଛନ୍ତି । ଜୟଲଳିତାଙ୍କ ଭର୍ତ୍ତି ପରେ ଆପୋଲୋ ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟର ୨୪ ଶଯ୍ୟା ବିଶିଷ୍ଟ ଆଇସିୟୁରୁ ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଜୟଲଳିତା ଏକ ମାତ୍ର ରୋଗୀ ଭାବେ ଆଇସିୟୁରେ ଚିକିତ୍ସାଧୀନ ରହିଥିଲେ । ନିକଟ ସମ୍ପର୍କୀୟଙ୍କୁ ଛାଡ଼ି ଅନ୍ୟ କାହାକୁ ବି ଆଇସିୟୁକୁ ଭିତରକୁ ଯିବାକୁ ଦିଆଯାଉନଥିଲା । ଡାକ୍ତରଖାନା ସବୁଠୁ ଭଲ ସେବା ଯୋଗାଇଥିଲେ ବି ଦୁର୍ଭାଗ୍ୟ ବଶତଃ ତାଙ୍କୁ ରକ୍ଷା କରିପାରିନଥିଲା ବୋଲି ସେ କହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories