www.samajalive.in
Tuesday, December 9, 2025
17.1 C
Bhubaneswar

ଜାପାନରେ କରୋନା ସଂକ୍ରମଣ ତୀବ୍ର: ଚେତାବନୀ ଦେଲେ ଟୋକିଓ ଗଭର୍ଣ୍ଣର

ଟୋକିଓ: ଜାପାନ​‌ରେ କରୋନା ସଂକ୍ରମଣର ଗତି ତୀବ୍ର ହୋଇଛି ଏବଂ ଏଥିପାଇଁ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଟୋକିଓ ଗଭର୍ଣ୍ଣର ୟୁରିକୋ କୋଏକେ । ଟୋକିଓର ରାଜ୍ୟପାଳ ୟୁରିକୋ କୋଏକେ ବୁଧବାର ଟୋକିଓରେ ମହାନଗର ନିଗମ ସରକାରୀ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ  ରେସ୍ତୋରାଁ, ଦୋକାନ ଏବଂ ନାଇଟ୍ କ୍ଲବ୍ ଅପରେଟରମାନଙ୍କୁ ସୁରକ୍ଷା ବ୍ୟବସ୍ଥା ପାଳନ କରିବା ଓ  ନିର୍ଦ୍ଦେଶାବଳୀର କଠୋର ଅନୁପାଳନ ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ଅବସରରେ କୋଇକେ  ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ବ୍ୟବସାୟ ମାଲିକଙ୍କୁ ଦଣ୍ଡିତ କରିବାକୁ ସ୍ଥାନୀୟ ରାଜ୍ୟପାଳଙ୍କୁ ଅନୁମତି ଦେବା ପାଇଁ ଆଇନର ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସହର ବାହାରେ ଥିବା ଅନାବଶ୍ୟକ ଯାତ୍ରାକୁ ଏଡ଼ାଇବାକୁ ସେ ବାସିନ୍ଦାଙ୍କୁ ନିବେଦନ  କରିବା ସହ ପର୍ଯ୍ୟଟନ ଅଭିଯାନ ସମ୍ପର୍କରେ ଆଉଥରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଟୋକିଓରେ ଏବେ ସକ୍ରିୟ ମାମଲା ସଂଖ୍ୟା ୮୧୯୮ ରହିଛି ମାତ୍ର ୩୨୫ ଜଣ ମୃତ୍ୟୁବରଣ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories