ଚୀନ ଗସ୍ତରେ ମୋଦି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଠାରୁ ଦୁଇଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦିଙ୍କର ଏହା ଚତୁର୍ଥ ଚୀନ ଗସ୍ତ। ଏହି ଗସ୍ତ କାଳରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ବିଶେଷକରି ଦୁଇଦେଶର ସମ୍ପର୍କରେ ଉନ୍ନତି ଆଣିବା ଦିଗରେ ଉଭୟ ନେତା ଚେଷ୍ଟା କରିବେ। ଉଭୟ ନେତାଙ୍କ ମଧ୍ୟରେ ୫ରାଉଣ୍ଡ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି। ଚୀନର ୟୁହାନରେ ହେବାକୁ ଥିବା ଆଲୋଚନାରେ ବିଶ୍ୱ ସମସ୍ୟା ମଧ୍ୟ ସ୍ଥାନ ପାଇବ।

Leave A Reply