www.samajalive.in
Saturday, December 6, 2025
26.1 C
Bhubaneswar

ଚିଲିକାରେ ବେଆଇନ ଘେରି ଉଚ୍ଛେଦ ନିଷ୍ପତ୍ତି

ପୁରୀ: ଚିଲିକାରୁ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ ପାଇଁ ସ୍ଥିର କରାଯାଇଛି। ସେଥିରେ ସହଯୋଗ କରିବାକୁ ୪ଟି ମତ୍ସ୍ୟଜୀବୀ ସଂଗଠନ ସମ୍ମତି ଜଣାଇଛନ୍ତି। ଅଣମତ୍ସ୍ୟଜୀବୀଙ୍କ ପରିବର୍ତ୍ତେ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଦୀର୍ଘକାଳୀନ ଲିଜ୍‍ ପ୍ରଦାନ ପାଇଁ ଦାବି ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଘେରି ଉଚ୍ଛେଦ ବେଳେ ମତ୍ସ୍ୟଜୀବୀଙ୍କ ୨କୋଟି ଟଙ୍କାର ଜାଲ ନଷ୍ଟ ହୋଇଥିବା ଦର୍ଶାଇ ମହାସଂଘ କ୍ଷତିପୂରଣ ଦାବି କରିଛି। ଜିଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ମତ୍ସ୍ୟଜୀବୀ ସଂଗଠନ କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ଉପଜିଲାପାଳ ଭବତାରଣ ସାହୁ, ସିଡିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ସସ୍ମିତା ଲେଙ୍କା ସେଥିରେ ଉପସ୍ଥିତ ଥିଲେ। ୧୯୯୦-୯୧ ମସିହାରୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଦିଆଯାଇଥିବା ୪୭ହଜାର ଏକର ଚିଲିକା ଲିଜ୍‍ ନବୀକରଣ ପାଇଁ ମତ୍ସ୍ୟଜୀବୀ ସଂଗଠନ ଦାବି କରିଛନ୍ତି। ଚିଲିକାରେ ବେଆଇନ ଚିଙ୍ଗୁଡିଘେରି କରିଥିବା ଅଣମତ୍ସ୍ୟଜୀବୀ ସଂଗଠନ, ଦଲାଲ ଏବଂ ଚିଙ୍ଗୁଡି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ଦାବି କରିଛି। ରାଜସ୍ୱ ବିଭାଗ ଏବଂ ସିଡିଏ ପକ୍ଷରୁ ମିଳିତ ସର୍ଭେ କରାଯାଇ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ଦଖଲରେ ରହିଥିବା ଚିଲିକା ଚିହ୍ନଟ କରାଯିବାକୁ ସ୍ଥିର କରାଯାଇଛି। ଚିଲିକା ପଲିସ୍‍ ତୁରନ୍ତ ପ୍ରଣୟନ କରାଯିବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି। ଚିଲିକା ପ୍ରାକୃତିକ ପରିବେଶର ସୁରକ୍ଷା, ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସାମାଜିକ ଓ ଆର୍ଥିକ ବିକାଶ, ଚିଲିକାରୁ ପଙ୍କୋଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଛି। ସର୍ଭେ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ବନ୍ଧ ଉଚ୍ଛେଦ ବନ୍ଦ ରଖିବାକୁ ମହାସଂଘ ଦାବି କରିଛି। ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ସଭାପତି ହଳଧର ବେହେରା, ଚିଲିକା ପରିବେଶ ପର୍ଯ୍ୟଟନ ସଂଘ ସଭାପତି ସଦାଶିବ ଜେନା, ଚିଲିକା ପୂର୍ବାଞ୍ଚଳ ମତ୍ସ୍ୟଜୀବୀ ସଂଘ ସଭାପତି ରବୀନ୍ଦ୍ର କୁମାର ଜେନା, ଖୋର୍ଦ୍ଧା ଜିଲା ପାରମ୍ପରିକ ମତ୍ସ୍ୟଜୀବୀ ମହାସଂଘ ସଭାପତି ସୁବାସ ଘଡାଇ, ଗଞ୍ଜାମ ଜିଲା ହରିଜନ ମତ୍ସ୍ୟଜୀବୀ ମହସଂଘ ସଭାପତି ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ତିନୋଟି ଜିଲାରେ ୧୪୫ ମତ୍ସ୍ୟଜୀବୀ ଗ୍ରାମ ଏବଂ ୩ଲକ୍ଷ ମତ୍ସ୍ୟଜୀବୀ ରହିଛନ୍ତି। ୧୨୧ଟି ପାରମ୍ପରିକ ମତ୍ସ୍ୟଜୀବୀ ସମବାୟ ସମିତିକୁ ଚିଲିକା ସୈରାତ ଲିଜ୍‍ ଦେବାପାଇଁ ମତ୍ସ୍ୟଜୀବୀ ସଂଘ ଗୁଡିକ ଦାବି କରିଛନ୍ତି। ଗିରିଧର ଗମାଙ୍ଗୋ ମୁଖ୍ୟମନ୍ତ୍ରୀ ଥିବାବେଳେ ଚିଲିକା ଲିଜ୍‍ ନବୀକରଣ ଉପରେ ଜାରି କରିଥିବା ନିଷେଧାଦେଶ ପ୍ରତ୍ୟାହାର ପାଇଁ ସେମାନେ ଅନୁରୋଧ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories