www.samajalive.in
Saturday, December 6, 2025
26.1 C
Bhubaneswar

ଦକ୍ଷିଣ ଆଫ୍ରିକାରେ ଖେଳାଯିବ ୨୦୧୯ ଆଇପିଏଲ୍‍!

ନୂଆଦିଲ୍ଲୀ: ୨୦୧୯ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଦକ୍ଷିଣ ଆଫ୍ରିକାରେ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି। ୨୦୧୯ରେ ଭାରତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଯଦି ନିର୍ବାଚନ ସମୟ ଓ ଆଇପିଏଲ୍‍ ଆୟୋଜନ ସମୟ ପାଖାପାଖି ପଡ଼େ; ତେବେ ଦକ୍ଷିଣ ଆଫ୍ରିକାରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ବିସିିସିଆଇ ସମସ୍ତ ପ୍ରସ୍ତୁତି କରିଛି ବୋଲି ଜନୈକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୦୦୯ରେ ଦକ୍ଷିଣ ଆଫ୍ରିକା ଓ ୨୦୧୪ରେ ୟୁଏଇରେ ଆଇପିଏଲ୍‍ ଆୟୋଜିତ ହୋଇଥିବା ବେଳେ ୨୦୧୯ରେ ସମାନ ପ୍ରକାର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଇତିମଧ୍ୟରେ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ଓ ବିସିସିଆଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରାହୁଲ ଜୋହରି ଏବଂ ଆଇପିଏଲ୍‍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ହେମାଙ୍ଗ ଅମିନ୍‍ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଯଦି ଆସନ୍ତା ଆଇପିଏଲ୍‍କୁ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର କରାଯାଏ; ତେବେ ଦକ୍ଷିଣ ଆଫ୍ରିକାରେ ଏହା ଆୟୋଜିତ ହେବ। ଅନ୍ୟପକ୍ଷରେ ଯଦି ଆଶିଂକ ଭାବେ ସ୍ଥାନାନ୍ତର ହୁଏ ତେବେ ଏହା ୟୁଏଇରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ୟୁଏଇରେ ବହୁ ସଂଖ୍ୟକ ଭାରତୀୟ ବାସ କରୁଥିବା ସହ ସେଠାରେ ଆଇପିଏଲ୍‍ ଆୟୋଜନ କଲେ କମ୍‍ ଖର୍ଚ୍ଚ ପଡ଼ିବ ବୋଲି ଜଣାପଡ଼ିଛି। ଦୁବାଇ, ସାରଜା ଓ ଆବୁଧାବିରେ ଆଇପିଏଲ୍‍ ଆୟୋଜନ ପାଇଁ ଉପଯୁକ୍ତ ଭିତ୍ତିଭୂମି ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‍ ଆୟୋଜନ ପାଇଁ ମଧ୍ୟ ଉପଯୁକ୍ତ ଭିତ୍ତିଭୂମି ରହିଛି। ଶୀଘ୍ର କ୍ରିକେଟ୍‍ ପ୍ରଶାସକ କମିଟିର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଆଇପିଏଲ୍‍ ଆୟୋଜନ ସଂପର୍କରେ ଆଲୋଚନା କରାଯିବ। ଭାରତରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆଇପିଏଲ୍‍ ଆୟୋଜନ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories