www.samajalive.in
Saturday, December 6, 2025
26.1 C
Bhubaneswar

ଏସ୍‍ଜେଏଫ୍ଆଇ ଜାତୀୟ ସମ୍ମିଳନୀରେ ଦୂତି; କହିଲେ ଲକ୍ଷ୍ୟ ୧୧.୧୦ ସେକେଣ୍ଡ

ଭୁବନେଶ୍ୱର: ମୁଁ ଜଣେ ଆଥ୍‍ଲେଟ୍‍। ମୋର କାର୍ଯ୍ୟ କଠିନ ପରିଶ୍ରମ କରିବା। କାର୍ଯ୍ୟସୂଚୀ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ନେଇ ପ୍ରଶିକ୍ଷକ ନାଗପୁରୀ ରମେଶ ସାର ସବୁବେଳେ ଉତ୍ସାହିତ କରି ଆସିଥାନ୍ତି। ଟୋକିଓ ଅଲିମ୍ପିକ୍‍କୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତ କରିବି। ଏଥିପାଇଁ ଦେଶ ଓ ଦେଶ ବାହାରେ ପ୍ରଶିକ୍ଷଣ ନେବାର ଲକ୍ଷ୍ୟ ରଖିଛି। ଅଲିମ୍ପିକ୍‍ ପୂର୍ବରୁ ଏସିଆନ୍‍ ଚମ୍ପିଆନସିପ୍‍ ଓ ବିଶ୍ୱ ଚମ୍ପିଆନସିପ୍‍ ଭଳି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ନେଇ ନିଜକୁ ପ୍ରସ୍ତୁତ କରିବି ବୋଲି ସଦ୍ୟ ସମାପ୍ତ ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଓଡ଼ିଆ ସ୍କ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦ କହିଛନ୍ତି। ବେଙ୍ଗାଲୁରୁଠାରେ ଚାଲିଥିବା ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ୪୧ତମ ସମ୍ମିଳନୀରେ ମଙ୍ଗଳବାର ଯୋଗ ଦେଇଥିଲେ ଦୂତି।
ସେଠାରେ ଦୂତି କହିଥିଲେ, ଏସୀୟ କ୍ରୀଡ଼ାରେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇ ରୌପ୍ୟ ପଦକ ହାସଲ କରିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ଆର୍ଥିକ ପୁରସ୍କାରକୁ ନେଇ ବହୁତ ଖୁସି। ଏହା ମୋ କ୍ୟାରିୟକୁ ଆଗକୁ ବଢିବାରେ ସହାୟକ ହେବ। ଅଲିମ୍ପିକ ପଦକ ଲାଗି ସ୍ୱତନ୍ତ୍ର ପ୍ରଶିକ୍ଷଣର ଲକ୍ଷ୍ୟରଖିଛି। ହାଇଦ୍ରାବାଦ୍‍ସ୍ଥିତ ପୁଲୈଲା ଗୋପୀଚାନ୍ଦ ଏକାଡ଼େମୀରେ ୨୦୧୪ରୁ କୋଚ ନାଗପୁରୀ ରମେଶଙ୍କ ପାଖରେ ପ୍ରଶିକ୍ଷଣ ନେଉଛି। ଏକାଡ଼େମୀରେ ରହିବା ନେଇ ଗୋପୀଚାନ୍ଦଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ଗୋପୀଚାନ୍ଦ ଏଠାରେ ସମସ୍ତ କଥା ମଧ୍ୟ ବୁଝିଥାନ୍ତି। ଅଲିମ୍ପିକ୍‍ ପ୍ରସ୍ତୁତି ଲାଗି ସ୍ୱତନ୍ତ୍ର ଭାବେ ବିଦେଶରେ ପ୍ରଶିକ୍ଷଣ ନେବାର ଲକ୍ଷ୍ୟ ରଖିଛି। ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ପ୍ରଶିକ୍ଷକ, ଟ୍ରେନର, ଫିଜିଓ ଓ ମ୍ୟାନେଜର ନିଯୁକ୍ତ ନେଇ ଲକ୍ଷ୍ୟ ରଖିଛି। ଗୋପୀଚାନ୍ଦ ଏକାଡ଼େମୀ ପକ୍ଷରୁ ଏସବୁ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ମଧ୍ୟ ମିଳିଛି। ଅଲିମ୍ପିକସ୍‍ରେ ପଦକ ହାସଲ କରିବାକୁ ହେଲେ ଆଫ୍ରିକୀୟ ଆଥ୍‍ଲେଟ୍‍ଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ନେଇ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ୨୦୨୦ ବେଳକୁ ୧୦୦ ମିଟର ଦୌଡ଼କୁ ୧୧.୧୦ ସେକେଣ୍ଡରେ ଅତିକ୍ରମ କରିବାର ଲକ୍ଷ୍ୟ ରହିଛି। ଭାରତରେ ଆଥ୍‍ଲେଟ କ୍ରୀଡ଼ା ପାଇଁ ଭିତ୍ତିଭୂମି ରହିଥିଲେ ମଧ୍ୟ ପ୍ରଶିକ୍ଷକଙ୍କ ଅଭାବ ରହିଛି। କେନ୍ଦ୍ର ସରକାରଙ୍କ ଟପ୍‍ ଯୋଜନାରୁ ବାଦ୍‍ ପଡ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଟପ୍‍ ଯୋଜନାରେ ପୂନର୍ବାର ସାମିଲ କରିବା ନେଇ ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କ ପକ୍ଷରୁ ପ୍ରତିଶୃତି ମିଳିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories