www.samajalive.in
Monday, December 8, 2025
20.1 C
Bhubaneswar

ବିଶପ୍‍ଙ୍କ ଦ୍ୱାରା ବଳାତ୍କାର ଘଟଣା: ପୋପ୍‍ଙ୍କୁ ଚିଠି ଲେଖିଲେ ନନ୍‍

କୋଟାୟାମ୍‍/କୋଚି: ଜଲନ୍ଧର ବିଶପ୍‍ ଫ୍ରାନ୍‍କୋ ଲୁଲାକାଲ୍‍ଙ୍କ ବିରୋଧରେ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ଆଣିଥିବା କୋଟାୟାମ୍‍ର ନନ୍‍ ପୋପ୍‍ଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ଭାରତରେ ଅବସ୍ଥାପିତ ପୋପ୍‍ଙ୍କ ଦୂତ ଆପୋଷ୍ଟୋଲିକ୍‍ ନୁନସିଓ ଜିଆମ୍‍ବାଟିଷ୍ଟାଙ୍କୁ ପୀଡ଼ିତା ଗତ ୮ ତାରିଖରେ ଦେଇଥିବା ଏହି ୭ ପୃଷ୍ଟା ସମ୍ବଳିତ ଅଭିଯୋଗ ପତ୍ର ମଙ୍ଗଳବାର ଗଣମାଧ୍ୟମ ଜରିଆରେ ସାମ୍‍ନାକୁ ଆସିଛି। ଘଟଣାର ତଦନ୍ତ କରି ସମ୍ପୃକ୍ତ ବିଶପ୍‍ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନନ୍‍ ନିବେଦନ କରିଛନ୍ତି।
ଉକ୍ତ ପତ୍ରରେ ନନ୍‍ ଲେଖିଛନ୍ତି ଯେ କ୍ୟାଥୋଲିକ୍‍ ଚର୍ଚ୍ଚ କେବଳ ବିଶପ୍‍ ଓ ଧର୍ମଯାଜକଙ୍କ କଲ୍ୟାଣ ପାଇଁ ଚିନ୍ତିତ ଥିବା ପରି ଲାଗୁଛି। ନନ୍‍ ଓ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବିଧି ବ୍ୟବସ୍ଥା ଅଛି କି ନାହିଁ ତାହା ସେ ଜାଣିବାକୁ ଚାହୁଁଛନ୍ତି। ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କ ପ୍ରତି ଅମାନୁଷିକ ନିର୍ଯାତନା ଦିଆଯାଉଛି। ଏ କ୍ଷେତ୍ରରେ ଚର୍ଚ୍ଚ ନୀରବ ରହିବା ଘଟଣା ତାଙ୍କୁ ଆହୁରି ବ୍ୟଥିତ କରୁଛି। ସେ ଯାହା ହରାଇଛନ୍ତି କଣ ତାହାକୁ ଚର୍ଚ୍ଚ କର୍ତ୍ତୃପକ୍ଷ ଫେରାଇ ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବିଶପ୍‍ଙ୍କ ଗିରଫଦାରୀ ଦାବିରେ ନନ୍‍ମାନେ ଆରମ୍ଭ କରିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories