ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ, ସରକାରୀ ସହାୟତା ଅପେକ୍ଷାରେ ପରିବାର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କେରୁବାଡି ଗ୍ରାମର ଧନେଶ୍ୱର ପ୍ରଧାନଙ୍କ ୧୭ ବର୍ଷର ଝିଅ ସୁନାଫୁଲ ପ୍ରଧାନ ଗତ ଦୁଇ ବର୍ଷ ହେଲାଣି ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି। ଅର୍ଥ ଅଭାବରୁ ଚିକିତ୍ସା ଚିକିତ୍ସା ହୋଇ ପାରୁ ନଥିବା ବେଳେ ଖଟିଆରେ ବିତୁଛି ଜୀବନ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସୁନାଫୁଲ। ପରିବାର କହିଲେ ବାପା ଧନେଶ୍ୱର ପ୍ରଧାନ, ମା ପ୍ରଭାତୀ ପ୍ରଧାନ ଓ ତାଙ୍କ ର ପଞ୍ଚୋଟି ସନ୍ତାନ। କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରନ୍ତି ସ୍ୱଳ୍ପ ଆୟରେ ପରିବାର ହସ ଖୁସିରେ ଚଳି ଯାଉଥିଲା। ବିଧିର ବିଧାନ ଗତ ଦୁଇ ବର୍ଷ ପୂର୍ବରୁ ଝିଅ ସୁନାଫୁଲର ଦେହ ଖରାପ ହେବାକୁ ଲାଗିଲା। ବାପା ଧନେଶ୍ଵର ପ୍ରଥମେ ଦାରିଙ୍ଗବାଡି ମେଡିକାଲ, ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁର ବଡ଼ ମେଡିକାଲ, ଭୁବେନେଶ୍ୱରରେ ଭର୍ତ୍ତି କରିଥିଲେ। ୨୦୨୨ ମସିହା ଅକ୍ଟୋବର ମାସ ଠାରୁ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ସମୟ ସେଠାରେ ଚିକିତ୍ସା ପରେ ବି ଝିଅର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇ ପାରିଲା ନାହିଁ। ଅନ୍ୟ ପକ୍ଷରେ ଧନେଶ୍ୱରକୁ ମିଳିଥିବା ବିଜୁସ୍ୱାସ୍ଥ୍ୟ କାର୍ଡର ସମସ୍ତ ଟଙ୍କା ଖର୍ଚ୍ଚ ହୋଇସାରିଥିଲା। ପରିବାରରେ ଆଉ କେହି ରୋଜଗାରକ୍ଷମ ନଥିବା ବେଳେ, ଅର୍ଥର ଅଭାବ ହେତୁ ପରିବାର ଚଳଣି ଓ ମେଡ଼ିକାଲ ଖର୍ଚ୍ଚର ବୋଝରେ ଟଳି ପଡ଼ିଛନ୍ତି ଧନେଶ୍ଵର ବାଧ୍ୟ ହୋଇ ହସ୍ପିଟାଲରୁ ଝିଅକୁ ଫେରାଇ ଆଣିଥିଲେ। ସୁନାଫୁଲର ଅବସ୍ଥା ଏତେ ଖରାପ ହୋଇ ପଡିଛି ଯେ ସେ ନିଜେ ଖାଇ ପାରୁନାହାନ୍ତି କି ଅର୍ଥର ଅଭାବ ହେତୁ ସଠିକ ଚିକିତ୍ସା ମଧ୍ୟ କରାଇ ପାରୁନାହାନ୍ତି। ଅପରେସନ କରିବାକୁ ହେଲେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡ଼ାକ୍ତର ପରାମର୍ଶ ଦେଇଛନ୍ତି। ସରକାରୀ ସହାୟତା ମିଳିଲେ ଝିଅର ଜୀବନ ବଞ୍ଚିଯିବ ବୋଲି ନେହୁରା ହୋଇ କହିଛନ୍ତି, ଏଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହାୟତାର ହାତ ବଢ଼ାଇବାକୁ ଧନେଶ୍ଵରଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।

Comments are closed.