www.samajalive.in
Saturday, December 6, 2025
26.1 C
Bhubaneswar

ଚାଉଳ ଓ ୧୨ଶହ ଟଙ୍କା ପାଇଁ ଦମ୍ପତିଙ୍କୁ ହତ୍ୟା, ୩ ଗିରଫ

କେନ୍ଦୁଝର/କେନ୍ଦୁଝରଗଡ଼: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଖୁଣ୍ଟାକଟାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦଅଁଳାଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏହି ଗ୍ରାମର ତିନିଜଣ ବ୍ୟକ୍ତି ଏକ ବସ୍ତା ଚାଉଳ ଓ ମାତ୍ର ୧୨ଶହ ଟଙ୍କା ପାଇଁ ବୃଦ୍ଧ ଦମ୍ପତିଙ୍କୁ ମାରି ନିକଟସ୍ଥ କୂଅରେ ପକାଇ ଦେଇଛନ୍ତି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି।
କେନ୍ଦୁଝର ସଦର ଥାନା ଖୁଣ୍ଟାକଟା ଗ୍ରାମର ଫକୀର ସେଠୀ, ଉମାକାନ୍ତ ସେଠୀ ଓ ଅକ୍ଷୟ ସେଠୀ ନାମକ ୩ଜଣ ସେହି ଗ୍ରାମ ନିକଟରେ ଥିବା ଏକ କ୍ରସରରେ ରାତ୍ର ଜଗୁଆଳୀ ଭାବେ କାମ କରୁଥିବା ନିଲୁ ନାଏକ ଓ ତାଙ୍କ ସ୍ତ୍ରୀ କସ୍ତୁରୀ ନାଏକଙ୍କଠାରୁ ସେମାନେ ଗଚ୍ଛିତ ରଖିଥିବା ଏକବସ୍ତା ଚାଉଳ ଓ ୧୨ଶହ ଟଙ୍କା ଜୋରଜବରଦସ୍ତ ଛଡାଇ ନେଇଥିଲେ। ଚାଉଳ ଓ ଟଙ୍କା ଛଡାଇ ନେବା ସମୟରେ ନିଲୁ ଓ କସ୍ତୁରୀ ସେମାନଙ୍କୁ ଚିହ୍ନିଛନ୍ତି ଏବଂ ସମସ୍ତଙ୍କୁ କହିଦେବେ ବୋଲି କହିଥିଲେ। ଭୟରେ ଟଙ୍କା ଓ ଚାଉଳ ଛଡାଇ ନେଇଥିବା ଲୋକେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଶେଷରେ ଗତ ଜାନୁୟାରୀ ୧୩ତାରିଖ ଦିନ ଉଭୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ କ୍ରସର ନିକଟରେ ଥିବା ଏକ ବଡ କୂଅ ଭିତରେ ଉଭୟଙ୍କୁ ପକାଇ ଦେଇଥିଲେ। ଏହି ଘଟଣାଟି ମଙ୍ଗଳବାର ଦିନ ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ସଦର ଥାନା ସବ୍‍ଇନ୍ସପେକ୍ଟର ତ୍ରିନାଥ ସେଠୀ ଅନ୍ୟ ପୁଲିସ ଅଧିକାରୀମାନଙ୍କ ସହିତ ମିଶି ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୂଅ ଭିତରୁ ଶବ ଉଦ୍ଧାର କରିିଥିବା ଜଣାପଡିଛି। ସଦର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ହତ୍ୟାକାଣ୍ଡରେ ଜଡିତ ଥିବା ସନ୍ଦେହ କରି ତିନିଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ଏହି ଘଟଣାଟି ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories