www.samajalive.in
Wednesday, December 10, 2025
14.1 C
Bhubaneswar

ଗିର ଜଙ୍ଗଲରେ ପୁଣି ସିଂହ ମଡ଼କ

ଅହମ୍ମଦାବାଦ: ଗୁଜୁରାଟର ଗିର ଜଙ୍ଗଲରେ ପୁଣି ସିଂହ ମଡ଼କ ଘଟଣା ସାମ୍‍ନାକୁ ଆସିଛି। ଆମ୍ରେଲି ଜିଲା ଅଧୀନ ଗିର ଜଙ୍ଗଲର ଦାଲଖାନିଆ ରେଞ୍ଜରେ ଗତ ୧୦ ଦିନ ମଧ୍ୟରେ ଆଉ ୧୦ଟି ସିଂହଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ତିନି ସପ୍ତାହ ମଧ୍ୟରେ ସେଠାରେ ସିଂହ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି। ଏହାପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ମଧ୍ୟରେ ୧୧ଟି ସିଂହ ମୃତ୍ୟୁବରଣ କରିଥିଲେ।
ପ୍ରାଣୀ ଚିକିତ୍ସକଙ୍କ ସୂଚନା ଅନୁଯାୟୀ, ଜଙ୍ଗଲୀ କୁୁକୁର ଓ ଏକ ପ୍ରକାର ଘାସରୁ ବ୍ୟାପୁଥିବା ସିଡିଭି ନାମକ ଏକ ଭାଇରସରେ ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୧୨ ତାରିଖରୁ ସେପ୍ଟେମ୍ବର ୧୬ ତାରିଖ ମଧ୍ୟରେ ୧୧ଟି ସିଂହ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଜଶଧାର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହି ଭାଇରସ ଯୋଗୁଁ ୧୯୯୪ରେ ତାଞ୍ଜାନିଆର ସେରେଙ୍ଗେଟି ରିଜର୍ଭ ଜଙ୍ଗଲରେ ପ୍ରାୟ ୧୦୦୦ ସିଂହଙ୍କ ମୃତ୍ୟୁ ଘଟିଥିଲା।
ପୁନେ ସ୍ଥିତ ନ୍ୟାଶ୍‍ନାଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଭାଇରୋଲୋଜିରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ମୃତ ସିଂହଙ୍କ ମଧ୍ୟରୁ ୬ଟି ପ୍ରୋଟୋଜୋଆନ୍‍ ଇନଫେକସନ୍‍ ଯୋଗୁଁ ଓ ୪ଟି ଅଜଣା ଭାଇରସ ଯୋଗୁଁ ମୃତ୍ୟୁ ଘଟିଛି। ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଅହମ୍ମଦାବାଦ ପ୍ରାଣୀ ଚିକିତ୍ସକମାନେ କହିଛନ୍ତି। ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସେମ୍ରାଡି ଅଞ୍ଚଳର ୩୧ଟି ସିଂହଙ୍କୁ ଜାମ୍‍ୱାଲାକୁ ସ୍ଥାନାନ୍ତର କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories