www.samajalive.in
Saturday, December 6, 2025
26.1 C
Bhubaneswar

ଖୋଲା ଆକାଶ ତଳେ ଆଳୁ

ପାଟନା: ଦୈନନ୍ଦିନ ଜୀବନରେ ମାଟିର ଉର୍ବରତା ଓ ଅମଳକ୍ଷମତାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ କୃଷି ବିଜ୍ଞାନରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଏହି ପ୍ରକ୍ରିୟାରେ ବିହାରରେ ଏବେ ମାଟି ତଳେ ନୁହେଁ ଖୋଲା ଆକାଶରେ ଆଳୁ ଚାଷ କରି ଅଧିକ ଅମଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପାଟନାରେ ଥିବା ଆଳୁ ଗବେଷଣା କେନ୍ଦ୍ରରେ ଆଳୁର ଅଧିକ ଅମଳକୁ ନେଇ ନିରନ୍ତର ପ୍ରୟାସ ଚାଲିଛି। ମାଟି ତଳେ ଅମଳ ନକରି ଖୋଲା ଆକାଶ ତଳେ ଆଳୁ ଉତ୍ପାଦନ ପକ୍ରିୟାକୁ ‘ଏରୋପନିକ୍ସ ଏଗ୍ରିକଲଚରାଲ ଟେକନିକ’ ନାମରେ ନାମିତ କରାଯାଇଛି। ଏହି ପ୍ରକ୍ରିୟାରେ ମାଟିରେ ଚାଷ ନକରି ଫସଲକୁ ଏକ ବାକ୍ସରେ ରେ ଝୁଲାଇ ସେଥିରେ ଅମଳ କରାଯାଇ ଥାଏ। ଏହା ଦ୍ୱାରା ଉତ୍ପନ୍ନ ଗଛର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥାଏ। ଏହି ବାକ୍ସରେ ଗଛକୁ ଆବଶ୍ୟକ ହେଉଥିବା ସାର ପ୍ରଦାନ କରାଯାଇ ଥାଏ। ଏହାଦ୍ୱାରା ଗୋଟିଏ ଗଛରେ ୫ରୁ ୧୦ଟି ଆଳୁ ଉତ୍ପାଦନ ପରିବର୍ତ୍ତେ ୬୦ରୁ ୭୦ଟି ଆଳୁ ଅମଳ କରାଯାଇ ପାରୁଛି। ଇତିମଧ୍ୟରେ ବିହାରର ଷ୍ଟେଟ ସିଡ୍‍ ଆଣ୍ଡ ବାୟୋଲଜିକାଲ ସାର୍ଟିଫିକେସନ୍‍ ଏଜେନ୍ସି ଦ୍ୱାରା ନିର୍ମିତ ଗ୍ରୀନ ହାଉସରେ ଖୋଲା ଆକାଶ ତଳେ ଆଳୁ ଚାଷକୁ ନେଇ ଗବେଷଣା ବେଶ୍‍ ସଫଳ ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories