www.samajalive.in
Saturday, December 6, 2025
26.1 C
Bhubaneswar

କୋଣାର୍କ ମନ୍ଦିରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ଗଭୀର ନଳା

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯିବ ଗଭୀର ନଳା। ଚତୁଃପାର୍ଶ୍ବ ପ୍ରାଚୀରକୁ ଲଗାଇ ଖୁବ୍‍ଶୀଘ୍ର ନଳା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହାଛଡ଼ା ୪ଗୋଟି ଭୂତଳ ଜଳସଂରକ୍ଷଣ କୂଅ ଖୋଳାଯିବ। ଜଳ ନିଷ୍କାସନ ପାଇଁ ଉଚ୍ଚଶକ୍ତି ସମ୍ପନ୍ନ ମୋଟରପମ୍ପ ଲଗାଯିବ। ଏଥିପାଇଁ ମାଷ୍ଟରପ୍ଲାନ (ଡିପିଆର) ପ୍ରସ୍ତୁତ କରିବାକୁ ଏକ ବୈଷୟିକ ସଂସ୍ଥାକୁ ନିୟୋଜିତ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ) ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ଡ. ଅରୁଣ ମଲିକଙ୍କ ନେତୃତ୍ୱରେ ୪ଜଣିଆ ବିଶେଷଜ୍ଞ କମିଟି ଶନିବାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଳନିଷ୍କାସନ ନାଳଠାରୁ ପାଦଚଲା ରାସ୍ତା ଏବଂ ବଗିଚା ତଳୁଆ ଥିବାରୁ ଜଳନିଷ୍କାସନ ବାଧାପ୍ରାପ୍ତ ହେଉଥିବା ତଦନ୍ତରୁ ଜଣାପଡ଼ିଛି। ବର୍ଷାଜଳ ନିଷ୍କାସନ ପାଇଁ ସୂର୍ଯ୍ୟମନ୍ଦିର ପଛ ପାର୍ଶ୍ବରେ ରହିଥିବା ବ୍ୟବସ୍ଥା ଠିକ୍‍ ଭାବେ କାମ କରୁନାହିଁ। ଏଥିଯୋଗୁଁ ମନ୍ଦିର ପରିସରରେ ଦୁଇ ତିନିଫୁଟ ଉଚ୍ଚର ବର୍ଷାପାଣି ଜମାହୋଇ ରହୁଛି। ଜମାହୋଇ ରହୁଥିବା ବର୍ଷାଜଳ ବାହାର କରିବା ପାଇଁ ବର୍ତ୍ତମାନର ବ୍ୟବସ୍ଥା ଯଥେଷ୍ଟ ହେଉନାହିଁ। ତେଣୁ ମନ୍ଦିର ପ୍ରାଚୀର ନିକଟରେ ଗଭୀର ସିମେଣ୍ଟ କଂକ୍ରିଟ୍‍ ନଳା ନିର୍ମାଣ କରାଯିବ। ଉଦ୍ୟାନର କେତେକ ସ୍ଥାନ କଟାଯାଇ ପ୍ରସ୍ତାବିତ ନଳାକୁ ଜଳ ନିଷ୍କାସନ ରାସ୍ତା କରାଯିବ। ବର୍ଷାଜଳ ଜମାହୋଇ ରହିବା ଯୋଗୁଁ ମନ୍ଦିରର ସ୍ଥାୟୀତ୍ୱ ଓ ସୁରକ୍ଷା ପ୍ରତି ବିପଦର ଆଶଙ୍କା ରହିଛି। ପୁରୁଣା ରୋଷେଇ ଘର ସମେତ ଛାୟାଦେବୀ ଓ ମାୟାଦେବୀ ମନ୍ଦିର କମିଟି ଅନୁଧ୍ୟାନ କରିଛି। ପ୍ରସ୍ଥାବିତ ଗଭୀର ଜଳ ସଂରକ୍ଷଣ କୂପରୁ ମୋଟରପମ୍ପ ମାଧ୍ୟମରେ ବାହାରକୁ ବର୍ଷାପାଣି କଢ଼ାଯିବ।
ଏଏସ୍‍ଆଇ ଦିଲ୍ଲୀ କାର୍ଯ୍ୟାଳୟର ବରିଷ୍ଠ ଉଦ୍ୟାନବିତ କାଞ୍ଚନ ସିଂହ, ବରିଷ୍ଠ ପ୍ରତ୍ନତତ୍ତ୍ୱ ସଂରକ୍ଷକ ଚିତ୍ତରଞ୍ଜନ ଦାଶ ଏବଂ ଏସ.ଏମ କନ୍‍ସଲଟାନ୍ସି ସଂସ୍ଥାର ବିଶେଷଜ୍ଞ ସୂର୍ଯ୍ୟମନ୍ଦିର ପରିସର ଅନୁଧ୍ୟାନ କରିଛନ୍ତି। ଜଳନିଷ୍କାସନ ସମସ୍ୟା ଯୋଗୁଁ ମନ୍ଦିର ଦବୁଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଉଚ୍ଚସ୍ତରୀୟ ବୈଷୟିକ କମିଟି କୋଣାର୍କ ଗସ୍ତରେ ଆସିବାର ସମ୍ଭାବନା ରହିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories