www.samajalive.in
Saturday, December 6, 2025
16.1 C
Bhubaneswar

ପିଗ୍‍ ଆଇରନ ଚୋରି ମାମଲା: ଆର୍‍ଏସ୍‍ପିକୁ କୈଫିୟତ ତଲବ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରୁ ଲକ୍ଷ ଲକ୍ଷ ଟଙ୍କାର ପିଗ୍‍ ଆଇରନ ଚୋରି ମାମଲା ପଦାକୁ ଆସିବା ପରେ ମାମଲା ସରଗରମ ହୋଇପଡ଼ିଛି। ପିଗ୍‍ ଆଇରନ ବ୍ୟବସାୟୀ ଓ ଆର୍‍ଏସ୍‍ପି ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାରଖାନାରୁ ବରାବର ଏପରି ଲୁଟ୍‍ ଚାଲିଛି ବୋଲି ଅଭିଯୋଗ ଜୋର ଧରିବାରେ ଲାଗିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଧୀରେନ ସେନାପତି ଏହି ଘଟଣାରେ ଆର୍‍ଏସ୍‍ପି ସିଇଓଙ୍କୁ ଟାର୍ଗେଟ କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ସେହିପରି ଆର୍‍ଏସ୍‍ପିରୁ ଏତେ ପରିମାଣର ପିଗ୍‍ ଆଇରନ କିପରି ଚୋରି ତା’ର କୈଫିୟତ୍‍ ଦେବାକୁ ରାଉରକେଲା ଏସ୍‍ପି ଆର୍‍ଏସ୍‍ପିକୁ ଚିଠି ଲେଖିଛନ୍ତି। କର୍ତ୍ତୃପକ୍ଷଙ୍କ ଉତ୍ତରକୁ ପୁଲିସ ଅପେକ୍ଷା କରି ରହିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ବିଭାଗର ଆର୍‍ଏସ୍‍ପି ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଗତ ୪ ତାରିଖରେ କାରଖାନାରୁ ପିଗ୍‍ ଆଇନ ଚାଲାଣ ବେଳେ ଚୋରି ଘଟଣାର ପର୍ଦାଫାଶ ହୋଇଥିଲା। କୁଅାଁରମୁଣ୍ଡା ଅଞ୍ଚଳର ବଜରଙ୍ଗ ଟ୍ରେଡର୍ସ ନାମକ ଏକ ବ୍ୟବସାୟିିକ ସଂସ୍ଥା ଏହି ବେଆଇନ କାରବାରର ଜାଲ ବିଛାଇଥିଲା। କିନ୍ତୁ ସେହି ଜାଲରେ ସେ ନିଜେ ଛନ୍ଦି ହୋଇ ଯାଇଥିବା ବେଳେ ଏଥିରେ ଆର୍‍ଏସ୍‍ପି ଅଧିକାରୀ ଓ କର୍ମଚାରୀଙ୍କ ସହ ଭାଗିତା ରହିଥିବା ସାଧାରଣରେ ଅଭିଯୋଗ ଉଠିଛି। ୬ ଟନ୍‍ରୁ ଅଧିକ ପିଗ୍‍ ଆଇରନ ବୋଝେଇ ଟ୍ରକ ଏବେ ଟାଙ୍ଗରପାଲି ଥାନାରେ ଜବତ ହୋଇ ରହିଛି। ଏହି ଘଟଣା ପଦାକୁ ଆସିଲା ପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଧୀରେନ ସେନାପତି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆର୍‍ଏସ୍‍ପି ଅଧିକାରୀଙ୍କ ବିନା ସଂପୃକ୍ତିରେ କାରଖାନାରୁ ପିଗ୍‍ ଆଇରନ ଚୋରି କଦାପି ସମ୍ଭବ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।
ପିଗ୍‍ ଆଇରନ ମାଫିଆଙ୍କ ସହିତ କାରଖାନାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଘଟଣାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ କାରଖାନା କ୍ଷତିର ସମ୍ମୁଖୀନ ହେଉଛି। ତେଣୁ ଘଟଣାର ସିବିଆଇ ତଦନ୍ତ କଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁଖା ଖୋଲିଯିବ ବୋଲି ଶ୍ରୀ ସେନାପତି କହିଛନ୍ତି। କେତେ ପିଗ୍‍ ଆଇରନ ଉତ୍ପାଦନ ହୋଇଛି, କେତେ ବିକ୍ରି ହୋଇଛି ଓ କେତେ ଷ୍ଟକ୍‍ ରହିଛି ତା’ର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ସେ ଏହି ଘଟଣାରେ ଆର୍‍ଏସ୍‍ପି ସିଇଓଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହି ଘଟଣାରେ ସିଇଓ କି’ ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ଜନସାଧାରଣଙ୍କ ଜଣାଇବାକୁ ସେ ଆହ୍ୱାନ କରିଛନ୍ତି। ଧୀରେନ୍‍ ନିଜ କ୍ଷୋଭ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ପିଗ୍‍ ଆଇରନ ଚୋରି ଘଟଣାରେ ପୁଲିସ ମଧ୍ୟ ଆର୍‍ଏସ୍‍ପିର ବିଭାଗୀୟ ଜିଏମ୍‍ଙ୍କୁ କୈଫିୟତ୍‍ ତଲବ କରିଛି। ଘଟଣା ଦିନ ବଜରଙ୍ଗ ଟ୍ରେଡର୍ସ ଗାଡ଼ିରେ ୬ ଟନ୍‍ରୁ ଅଧିକ ପିଗ୍‍ ଆଇରନ ଗାଡ଼ିରେ କିପରି ବୋଝେଇ ହେଲା, ସେ ସମୟରେ କେଉଁ କେଉଁ ଅଧିକାରୀ ଓ କର୍ମଚାରୀ ଦାୟିତ୍ୱରେ ଥିଲେ ଆଦି ସୂଚନା ଦେବା ପାଇଁ ପୁଲିସ ଚିଠିରେ ଉଲ୍ଲେଖ କରିଛି। ଚିଠିର ଉତ୍ତର ପାଇଲା ପରେ ପୁଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି। ସିଆଇଏସ୍‍ଏଫ୍‍ କ୍ରାଇମ୍‍ ପକ୍ଷରୁ ଏହି ଚୋରି ପ୍ରଥମେ ଧରା ପଡ଼ିବା ପରେ ମାମଲା ଟାଙ୍ଗରପାଲୀ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏବେ ସିଆଇଏସ୍‍ଏଫ୍‍ ପକ୍ଷରୁ ଅନେକଟା କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିବାରୁ ଏହି ଚୋରି ଧରାଯାଇ ପାରିଛି। ପ୍ରାୟ ୨ବର୍ଷ ତଳେ ଏଭଳି ଏକାଧିକ ଚୋରା ଟ୍ରକ୍‍ ପିଗ୍‍ ଆଇରନ୍‍ ସହିତ ଯିବା ପରେ ଏହି ଚୋରି ଘଟଣା ଆର୍‍ଜିଟିଏର ଜଣେ କର୍ମକର୍ତ୍ତା ଲୋକଲୋଚନକୁ ଆଣିଥିଲେ। ସେତେବେଳେ ସିଆଇଏସ୍‍ଏଫ୍‍ ଜାଣତରେ ମାଲ୍‍ ବାହାରୁଥିବା ଖବର ମିଳିଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories