www.samajalive.in
Monday, December 15, 2025
26.1 C
Bhubaneswar

କେରଳରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ

ବ୍ରହ୍ମପୁର: କେରଳର ଭୟାଭୟ ବନ୍ୟାରେ ପରିସ୍ଥିତି ଗମ୍ଭୀର ହୋଇପଡିଛି। ଏହି ବନ୍ୟାରେ ଓଡ଼ିଶାର ୧୪୬ଜଣ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି । ବନ୍ୟାରେ କେରଳର ଓଡ଼ପାଲି ,ଏର୍ଣ୍ଣାକୁଲମ ଏବଂ ଆଉ କିଛି ସ୍ଥାନରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି । ପରିବାର ଲୋକ ଭୟ ଓ ଆତଙ୍କରେ ଦିନ କାଟୁଥିବା କହିଛନ୍ତି । ସେଥିମଧ୍ୟରୁ ୧୭ ଜଣ ହେଉଛନ୍ତି କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକର ଆର.ନୁଆଗାଁ ପଂଚାୟତର ଖଲିବେରଣା ଗ୍ରାମର । ଟିକାବାଲି ସଳପ ଗାଁର ୬ଜଣ,ଉପରଖୋଲ ସାହିର ଦୁଇଜଣ, କୋଚିଲାଗଡ଼ର ୧୨ଜଣ, ଗୁଟିଙ୍ଗିଆର ୭ ଜଣ । ସେହିପରି କଇଁଝର ଗ୍ରାମର ୧୧ଜଣ,ନୁଆସାହି ବଡ଼ିମୁଣ୍ଡାର ୧୬ଜଣ,ପେନାଗୋବରିର୩ଜଣ,ପାବୁରିଆର ଦୁଇଜଣ,କୁଟିଗଡ଼ର ୫ ଜଣ । ସେହିପରି ରାଇକିଆର ୪ଜଣ, ପୁଳବାଣୀ ମିଣିଆ,ଗଣ୍ଡପଦର ଓ ପିତାରପଖଳର ୩ଜଣ,କୋଟଗଡ଼ ପାରିଗଡ଼ର ୮ଜଣ,ବାଲିଗୁଡ଼ା ଡ଼ଙ୍ଗ୍ରିଆର ୪ଜଣ, ସାରଙ୍ଗଗଡ଼ର ୧୪ଜଣ, ରାଇକିଆ କରାଡ଼ାର ୩୧ ଜଣ ଏବଂ ରିଙ୍ଗିଆର ବନ୍ଧଗଡ଼ ଓ ଭୃଙ୍ଗିଯୋଡ଼ିର ୧୬ଜଣ ଶ୍ରମିକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ ଲୋକଙ୍କ ସହ ଯୋଗା ଯୋଗ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଯୋଗାଯୋଗ କରାଯାଇ ଓଡ଼ିଶାକୁ ଫେରାଇ ଅଣା ଯାଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ତତ୍ପରତା ଯୋଗୁଁ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶାର ଲୋକମାନେ ବ୍ରହ୍ମପୁର ଆସୁଥିବାର ଜଣାପଡ଼ିଛି । ସେପଟେ ସେଠାରେ ଫଶି ରହିଥିବା ଲୋକମାନେ କିପରି ନିଜ ନିଜ ଘରକୁ ଫେରି ଆସିବେ ତାକୁ ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ ଓ ତାଙ୍କ ପରିବାରବର୍ଗ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories