www.samajalive.in
Friday, December 5, 2025
26.1 C
Bhubaneswar

କେନ୍ଦ୍ର ପରିବହନ ନୀତିର ପ୍ରତିବାଦ :୭ରେ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର : ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ ବିରୋଧରେ କେନ୍ଦ୍ର ପରିବହନ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆସନ୍ତା ୭ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ସିଟୁ ଶ୍ରମିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ମୋଟର ଯାନବାହନ ଆକ୍ଟକୁ ସଂଶୋଧନ କରି ଲୋସଭାରେ ଗୃହୀତ କରାଇ ନେଇଛନ୍ତି। ଏହା ଦ୍ୱାରା ପରିବହନ କ୍ଷେତ୍ରରେ ନିଯୁକ୍ତ ଶ୍ରମିକ, କର୍ମଚାରୀ, ଖୁଚୁରା ପାର୍ଟ୍ସ ବ୍ୟବସାୟୀ, ମରାମତି ଗ୍ୟାରେଜ ତଥା ମାଲିକମାନେ ପ୍ରଭାବିତ ହେବେ।
ସର୍ବଭାରତୀୟ ସ୍ତରର କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଆଇଟିୟୁ, ଏଆଇଟିୟୁସି., ଆଇଏସଟିୟୁସି ଏବଂ ଏମଏସ, ଡିଏମ୍‌କେ ପରିଚାଳିତ ଟ୍ରେଡ ୟୁନିୟନ ଓ ମାଲିକ ଆସୋସିଏସନ ବୃନ୍ଦ, ଅଟୋ ମହାସଂଘ ସମେତ ଗ୍ୟାରେଜ, ସ୍ପେୟାରପାର୍ଟ୍ସ ଦୋକାନୀ ସଂଘ ଏବଂ ଡ୍ରାଇଭିଂ ସ୍କୁଲ, ଆସୋସିଏସନର ପ୍ରତିନିଧିମାନେ ମିଳିତ ଭାବେ ଏହି ବିଲ୍‌କୁ ବିରୋଧ କରି ଧର୍ମଘଟର ଆହ୍ୱାନ ଦେଇଛନ୍ତି। ଏହି ଧର୍ମଘଟ ସମୟରେ ବ୍ୟବସାୟିକ ପରିବହନ ଯାନବାହନ ବନ୍ଦ ରହିବ ବୋଲି ଶ୍ରମ ସଂଗଠନ ପକ୍ଷରୁ କୁହାଯାଇଛି।
ମୋଟର ଭେଇକିଲ ଆକ୍ଟ ୧୯୮୮ (ସଂଶୋଧନ) ବିଲ୍‌ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସଂପୂର୍ଣ୍ଣ ଭାବେ କର୍ପୋରେଟ୍‌ ଓ ବିଦେଶୀ କମ୍ପାନୀ ହାତରେ ଟେକି ଦେବାକୁ ସ୍ଥିର କରିଛନ୍ତି। ଏହି ବିଲ୍‌ ଗୃହୀତ ହେଲେ ରାଜ୍ୟ ପରିବହନ ସଂସ୍ଥା ବିଲୋପ ହେବ। ଆରଟିଓ ଅଫିସ୍‌ ଓ ଏମ୍‌ଭିଆଇ ଅଫିସ୍‌ ଉଠିଯିବ। କେବଳ ଗାଡି କମ୍ପାନୀଗୁଡ଼ିକର ମରାମତି ଗ୍ୟାରେଜ, ସ୍ପେୟାର ପାର୍ଟ୍ସ ଦୋକାନ ଓ ଟ୍ରାଇଭିଂ ସ୍କୁଲ ରହିବ। କମ୍ପାନୀ ଗ୍ୟାରେଜ୍‌ ବ୍ୟତୀତ ଅନ୍ୟ ଗ୍ୟାରେଜ ବନ୍ଦ ହେବ। ଏହା ଫଳରେ ଦେଶରେ ହଜାର ହଜାର ଗ୍ୟାରେଜରେ କାମ କରୁଥିବା ଶ୍ରମିକମାନେ କର୍ମ ସଂସ୍ଥାନ ହରାଇବେ। ଛୋଟ ଛୋଟ ମାଲିକମାନେ କମ୍ପାନୀ ଗ୍ୟାରେଜର ବିଲ୍‌ ଦେଇପାରିବେ ନାହିଁ। ଅଟୋରିକ୍ସା ଓ ଟ୍ୟାକି୍ସ ସବୁ ହଟାଇ ଦିଆଯାଇ ଓବେର କମ୍ପାନୀର ଗାଡି ଚାଲିବ। ସବୁ ଡ୍ରାଇଭରଙ୍କ ଉପରେ ଏହି ପରିବହନ ନୀତି ଭାରୀ ପଡ଼ିବ। ସାମାନ୍ୟ ଭୁଲ କଲେ ଜୋରିମାନା ଦେବାକୁ ହେବ। ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ ହେଲେ ବୀମା ରାଶି ପରିମାଣ ସର୍ବାଧିକ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଘରୋଇ ବୀମା କମ୍ପାନୀମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଏପରି କରାଯାଇଛି। ସାମାନ୍ୟ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଡ୍ରାଇଭର/ମାଲିକଙ୍କୁ ଦେବାକୁ ହେବ। ଏପରି ଜଘନ୍ୟ ବିଲ୍‌କୁ ଆଇନରେ ପରିଣତ କରିବାକୁ ମୋଦି ସରକାର ଲୋକସଭାରେ ଗୃହୀତ କରାଇଛନ୍ତି ଓ ରାଜ୍ୟସଭାରେ ଆଲୋଚନା ଚାଲିଛି ବୋଲି ଶ୍ରୀ ପତି କହିଛନ୍ତି। ଏହି ବିଲ୍‌କୁ ବିରୋଧ କରି ରାଜ୍ୟର ଅଟୋ ରିକ୍ସା, ଟ୍ୟାକ୍ସି, ବସ୍‌, ଟ୍ରକ୍‌, ଟ୍ୟାଙ୍କର ଓ ଡମ୍ଫର, ଟ୍ରାକ୍ଟର ଆଦିର ସମସ୍ତ ପରିବହନ ଶ୍ରମିକ ଓ ମାଲିକମାନେ ଏହି ଧର୍ମଘଟରେ ସାମିଲ ହେବାକୁ ସହଯୋଗ ଓ ସାହାଯ୍ୟ କରିବାକୁ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ, ସିଟୁର ସର୍ବଭାରତୀୟ ଉପ ସଭାପତି ବିଷ୍ଣୁ ମହାନ୍ତି ଓ ନବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories