www.samajalive.in
Saturday, December 6, 2025
14.1 C
Bhubaneswar

ଆୟୁଷ୍ମାନ ଭାରତ : ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ପ୍ରସ୍ତୁତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶନିବାର ସମୀକ୍ଷା କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ସୁରକ୍ଷା ସୁବିଧା ମିଳିବ । ଏହି ଯୋଜନାରେ ୧୦ କୋଟିରୁ ଅଧିକ ଗରିବ ଏବଂ ଅସହାୟ ପରିବାରଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଯୋଜନା ସହ ଯୋଡିହୋଇଥିବା ରାଜ୍ୟମାନଙ୍କର ପ୍ରସ୍ତୁତି ଏବଂ ଯୋଜନା ପାଇଁ ଆବଶ୍ୟକ ପ୍ରଯୁକ୍ତିଗତ ଢାଞ୍ଚାର ବିକାଶ ସମ୍ବନ୍ଧିତ ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଆମ୍ବେଦକର ଜୟନ୍ତୀ ଅବସରରେ ଗତ ଏପ୍ରିଲ ମାସରେ ଆୟୁଷ୍ମାନ ଭାରତ ଅଧୀନରେ ଛତିଶଗଡର ଅଭିଳାଷୀ ଜିଲ୍ଲା ବିଜାପୁରଠାରେ ପ୍ରଧାନମନ୍ତ୍ରୀ ପ୍ରଥମ “ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର”କୁ ଉଦ୍ଘାଟନ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories