www.samajalive.in
Monday, December 8, 2025
16.1 C
Bhubaneswar

କେନ୍ଦ୍ରାପଡା ଦେବାଶିଷ ହତ୍ୟା ମାମଲା, ମାନବାଧିକାର କମିଶନକୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର: ଗତ ୪ ତାରିଖ ଦିନ କେନ୍ଦ୍ରାପଡା ଜମଧର ଗ୍ରାମରୁ ପୁରୀକୁ ଡକାଇ ଦେବାଶିଷ ସେଠିଙ୍କୁ ହତ୍ୟା କରାଯାଇଥିବା ମାମଲା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଆଜି ଏକ ୧୫ ଜଣିଆ କଂଗ୍ରେସ ପ୍ରତିନିଧୀଦଳ କମିଶନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଏହି ହତ୍ୟା ମାମଲାରେ ଜଡିତ ପଟ୍ଟାମୁଣ୍ଡାଇ ଥାନାର ଏସ ଆଇ ଚନ୍ଦ୍ରିକା ମହାପାତ୍ରଙ୍କୁ ଚାକିରିରୁ ବରଖାସ୍ତ ସାଙ୍ଗକୁ ଗିରଫ, ମୃତ ଦେବାଶିଷଙ୍କୁ ଫୋନ କରି ପୁରୀ ଡାକିନେଇଥିବା ତାଙ୍କ ସହଯୋଗୀ ମନୋଜ ମହାପାତ୍ର ଏବଂ ପ୍ରମଥ ବିଶ୍ୱାସଙ୍କୁ ଗିରଫ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ମୃତକଙ୍କ ବିଧବା ମାଆକୁ ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ କଂଗ୍ରେସ ଦାବି କରିଛି।
ଜୁଲାଇ ୪ ତାରିଖ ଦିନ କେନ୍ଦ୍ରାପଡା ସମେତ କଟକ, ଭୁବନେଶ୍ୱର ଓ ପୁରୀ ସହର କରୋନା ପ୍ରତିକାର ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଥିବା ବେଳେ ଦେବାଶିଷଙ୍କୁ ଚନ୍ଦ୍ରିକାଙ୍କ ସାଙ୍ଗମାନେ ବାଧ୍ୟ କରି ଜରୁରୀ କାମ ବାହାନାରେ କେନ୍ଦ୍ରାପଡା ଯମଧର ଗ୍ରାମରୁ ପୁରୀକୁ ଡାକିବା,ବଳିଆପଣ୍ଡା ଭାର୍ଗଭି ନଦୀ ମୁହାଣ ନିକଟରୁ ଜବତ ହୋଇଥିବା କୋରାପୁଟ ନମ୍ବର ଥିବା ମାରୁତି ୱାଗନର କାର ଭିତରେ ତକିଆ, ବେଡ଼ସିଟ ଓ ଭଙ୍ଗା ମଦ ବୋତଲ ମିଳିବା,ଅପରିଚିତ ଦୁଇ ବ୍ୟକ୍ତି ପେଟ ଯାଏ ପାଣି ଥିବା ନଦୀର ଏକ ନିର୍ଦିଷ୍ଟ ସ୍ଥାନ କୁ ପ୍ରବେଶ କରି ଶବ ଆବିଷ୍କାର କରିବା ଆଦି ବିଷୟକୁ ଅନୁସନ୍ଧାନରେ ଗୁରୁତ୍ୱ ନ ଦେବା ଯୋଗୁଁ ପୋଲିସର କାର୍ୟ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି।ଦୀର୍ଘ ୧୨ ବର୍ଷ ତଳୁ ପ୍ରେମ କରୁଥିବା ଦେବାଶିଷଙ୍କୁ ଏସ ଆଇ ଚନ୍ଦ୍ରିକା ମହାପାତ୍ର ଚାକିରୀ ପାଇବା ପରେ ଗତ ୨୦୧୮ ମସିହାରୁ ବିବାହ ପାଇଁ ଅରାଜି ହେବା ଏବଂ ଗତ ଦେଢ଼ ମାସ ତଳେ ଦୁହିଁଙ୍କ ମଧ୍ୟରେ କିଛି ପୋଲିସ ଶୁଭେଛୁ ଙ୍କ ଦ୍ଵାରା ଆପୋଷ ବୁଝାମଣା ବିଷୟକୁ ମଧ୍ୟ ପୋଲିସ ଅଣଦେଖା କରିବା ନେଇ ଅଭିଯୋଗ ହେଇଛି। ଦୀର୍ଘ ୨୪ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଆସାମୀ ଗିରଫ ନହେବା ପୋଲିସର ତଦନ୍ତରେ ପ୍ରଶ୍ନବାଚି ସୃଷ୍ଟି କରିଛି।ପୁରୀ ବଳିଆପଣ୍ଡା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାର ତଦନ୍ତ ରେ ପକ୍ଷପାତିତା କରାଯାଉଥିବା କଂଗ୍ରେସ ଅଭିଯୋଗ କରି କମିଶନଙ୍କ ହସ୍ତକ୍ଷେପ ଲୋଡିଛି।
କଂଗ୍ରେସର ଏହି ପ୍ରତିନିଧି ଦଳରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ,ସିବାନନ୍ଦ ରାୟ,ମନୋରଞ୍ଜନ ଦାଶ,ହଳଧର ସେଠି,ଦୀପକ କୁମାର ମହାପାତ୍ର,ଜମ୍ବେଶ୍ୱର ମଲ୍ଲିକ,ଲିଙ୍ଗରାଜ ସାହୂ,ମାନଶ କୁମାର ଆଚାର୍ୟ୍ୟ,ପ୍ରକାଶ ମିଶ୍ର,ସୁଶାନ୍ତ କୁମାର ତ୍ରିପାଠୀ, ଚିନ୍ମୟ ସୁନ୍ଦର ଦାଶ,ଦେବୀ ପ୍ରସାଦ ବାହାଲିଆ, ବୁନା ମହାନ୍ତି,ଜୟକୃଷ୍ଣ ସୁବୁଦ୍ଧି ଓ କଂହେଇ ସେଠି ପ୍ରମୁଖଙ୍କ ସହ ମୃତକ ଦେବାଶିଷ ସେଠୀଙ୍କ ବିଧବା ମା ଭଗବତୀ ସେଠି ମଉସା ଉଛବାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories