www.samajalive.in
Thursday, December 11, 2025
14.1 C
Bhubaneswar

ଆମେରିକା ସରକାର ଆଂଶିକ ଅଚଳ

ୱାଶିଂଟନ୍‍: ଆମେରିକା ସରକାରଙ୍କ ଅଧିକାଂଶ ବିଭାଗ ଅଚଳ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ ଶନିବାର ମଧ୍ୟରାତ୍ରି ୧୨ଟାରେ ଆମେରିକାର ଅଧିକାଂଶ ବିଭାଗର ୮ ଲକ୍ଷ କର୍ମଚାରୀ ଅଘୋଷିତ ଛୁଟିରେ ଚାଲି ଯାଇଛନ୍ତି। ସେମାନଙ୍କୁ ଦରମା ଦିଆଯାଇନାହିଁ। ଆମେରିକାର ଓ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫ ବିଲିୟନ ଡଲାର ମଞ୍ଜୁର ଦାବି ଯୋଗୁଁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି। ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ଆମେରିକାର କଂଗ୍ରେସ ଅଗ୍ରାହ୍ୟ କରିଛି। ଅଚଳାବସ୍ଥା ପାଇଁ ଡେମୋକ୍ରେଟିକ ପାର୍ଟିକୁ ଟ୍ରମ୍ପ ଦୋଷ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଚାଲିଥିବା ବିତର୍କ ତୀବ୍ର ହେବାରୁ ସିନେଟ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ଆମେରିକାର ବ୍ୟୟ ମଞ୍ଜୁରୀ ବିଲ୍‍ ପାରିତ ହୋଇ ପାରିନାହିଁ। ଆମେରିକାର ଏକ ଚତୁର୍ଥାଂଶ ବିଭାଗ ଶନିବାର ମଧ୍ୟ ରାତ୍ରିରେ ଅର୍ଥଶୂନ୍ୟ ହୋଇଯାଇଛନ୍ତି। ଆବଶ୍ୟକ ଅର୍ଥାଭାବ ହେତୁ କର୍ମଚାରୀଙ୍କୁ ଛୁଟିରେ ଚାଲି ଯିବାକୁ କୁହାଯାଇଛି। ନାସାର ଅଧିକାଂଶ କର୍ମଚାରୀଙ୍କୁ ଛୁଟିରେ ଯିବାକୁ କୁହାଯାଇଥିବା ବେଳେ ଖୁବ୍‍ ଶୀଘ୍ର ବାଣିଜ୍ୟ ବିଭାଗ, ଆଭ୍ୟନ୍ତରୀଣ ସୁରକ୍ଷା, ବିଚାର, କୃଷି ବିଭାଗର କର୍ମଚାରୀମାନଙ୍କୁ ଏଭଳି ନିର୍ଦେଶ ମିଳିପାରେ ବୋଲି କୁହାଯାଉଛି। କେବଳ ଜାତୀୟ ପାର୍କକୁ ଛାଡ଼ି ଦେଲେ ଅନ୍ୟ ପାର୍କର କର୍ମଚାରୀ ଛୁଟିରେ ଥିବାରୁ ପାର୍କ ଖୋଲିନାହିଁ। ଅଚଳାବସ୍ଥା ଦୂର କରିବା ପାଇଁ ଡେମୋକ୍ରେଟିକ୍‍ ଓ ରିପବ୍ଲିକାନ୍‍ ପାର୍ଟିର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ୁଛି। ଦୀର୍ଘ ଅଚଳାବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ଡୋନାଲ୍ଡ ଟ୍ରମ୍ପ କହିବା ପରେ ସଙ୍କଟ ଘନୀଭୂତ ହୋଇପାରେ ବୋଲି କୁହାଯାଉଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories