www.samajalive.in
Saturday, December 13, 2025
26.1 C
Bhubaneswar

ଅମିତ ସାହାଙ୍କ ପାଇଁ ଘଣ୍ଟାସୁନୀଙ୍କୁ ଗୁହାରି

ଟିଟିଲାଗଡ଼ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କର ଆରୋଗ୍ୟ କାମନା ସହ କରୋନାରୁ ମାନବ ସମାଜକୁ ରକ୍ଷା ନେଇ ଆଜି ସ୍ଥାନୀୟ ବିଜେପି ପକ୍ଷରୁ ଟିଟିଲାଗଡର ଇଷ୍ଟ ଦେବୀ ମା’ ଘଣ୍ଟାସୁନୀଙ୍କ ଠାରେ ପ୍ରାର୍ଥନା କରାଯାଇଛି। ଦଳର ଜିଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଟିଟିଲାଗଡ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ବଲାଙ୍ଗିର ସାଂସଦଙ୍କ ନଗର ପ୍ରତିନିଧି ଗୁଲାବ ସୋନି, ନଗର ଉପସଭାପତି ଲିଙ୍ଗରାଜ ନାୟକ, ରାଜୁ ରାଓ, ଦିଲିପ ପାଣ୍ଡେ, ବିପିନ ଠାକୁର, ସାଂସଦଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ସୁନୀଲ ଆଚାର୍ଯ୍ୟ, ମିଡିଆ ପ୍ରଭାରୀ ଆଲୋକ ନାୟକ, ରୋହିତ ସୋନି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାହା ଶୀଘ୍ର ଆରୋଗ୍ୟ ସହ ରାଷ୍ଟ୍ରହିତ ପାଇଁ ତାଙ୍କ କାର୍ଯ୍ୟ ପୁଣି ଆରମ୍ଭ କରନ୍ତୁ ବୋଲି ମା’ଙ୍କ ନିକଟରେ ଆର୍ଶୀବାଦ କାମନା କରିଥିବା ଶ୍ରୀ ଜୈନ କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories