www.samajalive.in
Sunday, December 14, 2025
26.1 C
Bhubaneswar

ଡ.ଅର୍ଚ୍ଚନା ନାୟକ ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

କଟକ: ସାରସ୍ୱତ ଜଗତରେ ଉତ୍ସାହ ଓ ଆଲୋଡ଼ନ ସୃଷ୍ଟି କରିଥିବା ତଥା ଶୈଶବରେ ଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସମାରୋହରେ ଓଡ଼ିଶାର ଜଣେ କୃତୀ ସାରସ୍ୱତ ସାଧକ ଓ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ଗଠିତ ବିଚାରକ ମଣ୍ଡଳୀର ବୈଠକ ଆଜି ଗୋପବନ୍ଧୁ ଭବନରେ ଅନୁଷ୍ଠିତ ହୋଇଯାଇଛି। ବହୁ ବିଚାର ବିମର୍ଶ ଓ ଆଲୋଚନା ପରେ ଓଡ଼ିଶାର ସାରସ୍ୱତ ଜଗତର ଜଣେ ପ୍ରତିଷ୍ଠିତା ଓ ପ୍ରବୀଣା ସାରସ୍ୱତ ସାଧିକା ଡ. ଅର୍ଚ୍ଚନା ନାୟକଙ୍କ ନାମ ସର୍ବସମ୍ମତିକ୍ରମେ ବିଚାରକମଣ୍ଡଳୀ ଦ୍ୱାରା ମନୋନୀତ ହୋଇଥିଲା।
ଏହି ସମ୍ମାନ ଆସନ୍ତା ଏପ୍ରିଲ ୧ ତାରିଖ ଦିନ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସମାରୋହ ଉତ୍ସବରେ ପ୍ରଦାନ କରାଯିବ। ଏଥିରେ ଦକ୍ଷିଣା ବାବଦରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories