www.samajalive.in
Sunday, December 14, 2025
26.1 C
Bhubaneswar

ସୋମବାର ରାଶିଫଳ

ମେଷ: କିଛି ଅଭାବ ଅନୁଭବ କରିପାରନ୍ତି। ନିର୍ଭରଶୀଳ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜି ପାରେ। ମନ୍ତ୍ରଣା ଶକ୍ତି ଯୁକ୍ତ ହେବେ। ସ୍ତ୍ରୀ ଧନହେତୁ ସୁଖୀ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।
ବୃଷ: ପଛକୁ ନ ଚାହିଁ ଆଗକୁ ମାଡ଼ି ଚାଲିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ମନରେ ପ୍ରସନ୍ନତା ଆସିବ। କର୍ମ ଚଞ୍ଚଳ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତାରୁ ଉପକୃତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବିଦ୍ୟାର୍ଥୀ ସଫଳ ହେବେ।
ମିଥୁନ: କାର୍ଯ୍ୟ ନିଜ ଆୟତ୍ତ ଭିତରେ ରହିବା ସହଜ ନୁହେଁ; ମାତ୍ର ଶ୍ରମ ସାର୍ଥକ ହେବ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। ଗୁରୁକୃପା ଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସା ମିଳିବ। ବିଦ୍ୟାର୍ଥୀ ସୁଖୀ ହେବେ।
କର୍କଟ: କାର୍ଯ୍ୟରେ ସୁଖ, ସନ୍ତୋଷ ମିଳିବ। ସେବା ଧର୍ମକୁ ଆଦରି ନେଇ ପାରନ୍ତି। ଆନନ୍ଦ ଉଲ୍ଲାସରେ ଦିନଟି ବିତିବ। ଆର୍ଥିକ ଅଭିବୃଦ୍ଧି ଘଟିବ। କର୍ମ ତତ୍ପରତା ପ୍ରକାଶ ପାଇବ। ସର୍ବ ସୁଖ ମିଳିପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ସିଂହ: ଉପୁଜି ଥିବା ସମସ୍ୟାର ସୁ ସମାଧାନ କରି କାର୍ଯ୍ୟରେ ଆଗକୁ ବଢ଼ିପାରନ୍ତି। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଆପଣଙ୍କ ଉପରେ କଟୁ ବାକ୍ୟ ପ୍ରୟୋଗ ହୋଇପାରେ। ଧନାଦି ଯୁକ୍ତ ହୋଇପାରନ୍ତି। ବିଦ୍ୟାର୍ଥୀ କଷ୍ଟ ସହି ସଫଳ ହେବେ।
କନ୍ୟା: ସାମୟିକ ଭାବେ ଅର୍ଥାଭାବ ଅନୁଭବ କରିପାରନ୍ତି। ଲୋକ ସଂପର୍କ ବୃଦ୍ଧି ପାଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା ପୂରଣ ହେବ। ସର୍ବ ସୁଖ ଆଶା କରାଯାଏ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ପାରଙ୍ଗମ ହେବେ।
ତୁଳା: ପରିଶ୍ରମର ମୂଲ୍ୟ ମିଳିବ। ଆପଣଙ୍କ ଚେଷ୍ଟା ଫଳବତୀ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ସାଂସ୍କୃତିକ ଅନୁଷ୍ଠାନରେ ଯୋଗ ଦେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ପ୍ରଫୁଲ୍ଲିତ ହେବେ।
ବିଛା: ଶତ୍ରୁନାଶ କରି ଆଶ୍ୱସ୍ତ ହେବେ। ଧନଭୋଗର ସୂଚନା ମିଳୁଛି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୁଯୋଗ ଜୁଟିଛି। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ଅଚିହ୍ନା ଲୋକଙ୍କ ସହିତ ସଂପର୍କ ବିପଦ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ଧନୁ: ସମସ୍ତ କାର୍ଯ୍ୟ ସାବଧାନତାର ସହ କରିବାକୁ ପଡ଼ିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମ ବସ୍ତ୍ର ରତ୍ନ ମିଳିପାରେ। ସରକାରୀ ଅର୍ଥ ପାଇପାରନ୍ତି। ବିଦ୍ୟାର୍ଥୀ ଆଗକୁ ବଢ଼ିବେ।
ମକର: ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିଶେଷ ଜ୍ଞାନର ଅଧିକାରୀ ହୋଇ ପ୍ରତିଷ୍ଠା ଲାଭ କରିବେ। ଗୁରୁଜନଙ୍କ ଠାରୁ ସମ୍ମାନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ପ୍ରିୟଭାଷୀ ହୋଇପାରନ୍ତି। ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ।
କୁମ୍ଭ: ଶୁଭ ଖବର ପାଇ ଆନନ୍ଦ ଲାଭ କରିବେ। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ସର୍ବ ମଙ୍ଗଳ ହୋଇପାରେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଧନବୃଦ୍ଧିର ସୂଚନା ମିଳୁଛି। ଚିନ୍ତା ବୃଦ୍ଧି ହୋଇପାରେ। ବିଦ୍ୟାର୍ଥୀଙ୍କର ସର୍ବ ଶୁଭ ହେବ।
ମୀନ: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ପ୍ରାଧାନ୍ୟ ବିସ୍ତାର କରି ଉପଯୁକ୍ତ ନେତୃତ୍ୱର ପରିଚୟ ସୃଷ୍ଟି କରିବେ। ମିଷ୍ଟାନ୍ନ ଭୋଜନ ମିଳିବ। ଆୟ ଅଧିକ ହେବ। ବନ୍ଧୁ ଦର୍ଶନ ମିଳିବ। ଆକସ୍ମିକ ଧନଲାଭ ହେବ। ଲକ୍ଷ୍ମୀ ପ୍ରାପ୍ତି ଯୋଗ ଅଛି। ବିଦ୍ୟାର୍ଥୀ ସୁଖୀ ହେବେ।

 

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories