www.samajalive.in
Saturday, December 13, 2025
26.1 C
Bhubaneswar

ବାଇକରେ ବୋମା ନେଇ ଯିବାବେଳେ ଦୁର୍ଘଟଣା, ବିସ୍ଫୋରଣରେ ଜଣେ ମୃତ

ସମାଜ ଡିଜିଟାଲ ଡେସ୍କ: ବାଇକରେ ବୋମା ନେଇ ଯିବାବେଳେ ଦୁର୍ଘଟଣା ଘଟି ବୋମା ବିସ୍ପୋରଣ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ​ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମ ରାସ୍ତାରେ ସୋମବାର ଏହି ଘଟଣା ଘଟିଛି। ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଉଭୟ ମୃତକ ଏବଂ ଆହତ ବ୍ୟକ୍ତି ଶଢ଼େଇଗଡ଼ ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଦୁଇ ଜଣ ବ୍ୟକ୍ତି ବାଇକରେ କିଛି ବୋମା ନେଇ ଗାଁ ରାସ୍ତାରେ ଯାଉଥିଲେ। ହଠାତ ଭାରସାମ୍ୟ ହରାଇବାରୁ ବାଇକ ସହିତ ବ୍ୟକ୍ତିଦ୍ଵୟ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ବାଇକରେ ନେଉଥିବା ବୋମା ତଳେ ପଡ଼ି ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories