www.samajalive.in
Sunday, December 14, 2025
26.1 C
Bhubaneswar

 ମିଟର ଯାଞ୍ଚ କରିବା ବାହାନାରେ ଲୁଟ୍, ମହିଳା ଆହତ

ସମ୍ବଲପୁର: ସମ୍ବଲପୁରର ଘନ ଜନବସତି ଅଞ୍ଚଳରେ ସ୍ଥିତ ଶାନ୍ତିନଗରରେ ଏକ ଘରୁ ସ୍ପଷ୍ଟ ଦିବାଲୋକରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଡକାୟତି ହୋଇଯାଇଛି । ଶାନ୍ତିନଗରର ଭୀମଭୋଇ ପାର୍କ ନିକଟରେ ରହୁଥିବା ରବିନ୍ଦ୍ର ନାରାୟଣ ଜେନାଙ୍କ ଘରେ କୌଣସି ପୁରୁଷ ଲୋକ ନ ଥିବା ସମୟରେ ଦିନ ୧୨ ଟା ବେଳେ ୩ ରୁ ୫ ଜଣ ବ୍ୟକ୍ତି ଘରକୁ ଆସି ବିଦ୍ୟୁତ ମିଟର ଯାଞ୍ଚ କରିବା ବାହାନାରେ ଘରକୁ ପଶିଥିଲେ । ଘର ଗୃହୀଣି ଇନ୍ଦୁମତି ବାଲା ଘରେ ଏକାକୀ ଥିବା ଜାଣି ଜଣେ ବ୍ୟକ୍ତି ମିଟର ଯାଞ୍ଚ କରିବାର ବାହାନାରେ ଲାଇଟ ଜଳାଇବା ପାଇଁ କହିଥିଲେ । ଇନ୍ଦୁମତି ଘର ମଧ୍ୟକୁ ଲାଇଟ ଜଳାଇବା ପାଇଁ ଗଲା ବେଳେ ଆଉ ଜଣେ ଲୋକ ପଛ ପଟୁ ଆସି ତାଙ୍କୁ ଜୋରରେ ଧରିବା ସହ ଛୁରିରେ ଆଘାତ କରିବାରୁ ତାଙ୍କର ବାମ ହାତ କଟିଯାଇଥିଲା । ଏହା ପରେ ତାଙ୍କୁ ଘର ର ଗୋଟିଏ କଣରେ ଜୀବନରେ ମାରି ଦେବା ଧମକ ଦେବା ସହ ତାଙ୍କ ବେକରେ ଛୁରୀ ଲଗାଇ ବସାଇ ରଖିଥିଲେ ।
ଏହା ପରେ ଘର କୁ ତନତନ କରି ଡକାୟତ ମାନେ ଖୋଜାଖୋଜି କରି ଆନୁମାନିକ ୧୫ ଲକ୍ଷ ଟଙ୍କା ମୁଲ୍ୟର ସୁନା ଗହଣା, ନଗଦ ଟଙ୍କା ଆଦି ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବାର ଇନ୍ଦୁମତି ପ୍ରକାଶ କରିଛନ୍ତି । ଖବର ପାଇ ଅଇଁଠାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରସୋନିକ ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି । ପରେ ଏସପି ସଞିବ ଅରୋରା ମଧ୍ୟ ଘଟଣାସ୍ଥଳକୁ ପରିଦର୍ଶନ କରି ଯାଞ୍ଚ କରିଛନ୍ତି । ବିଦ୍ୟୁତ ମିଟର ଯାନଚ ନାମରେ ଡକାୟତ ମାନେ ଘରକୁ ପଶି ଡକାୟତି କରିଛନ୍ତି ଏବଂ ତଦନ୍ତ ଆରମ୍ଭ ହେବା ସହ ଲୁଟ ହୋଇଥିବା ବସ୍ତୁ ଗୁଡିକର ଆକଳନ ଚାଲିଛି ବୋଲି ଏସଡିପିଓ ମିହିର ପଣ୍ଡା କହିଛନ୍ତି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories